ନିଶ୍ଚିନ୍ତକୋଇଲି ବ୍ଲକ ବାରିକ ସମିତି ର ସାଙ୍ଗଠନିକ ବୈଠକ

ନିଶ୍ଚିନ୍ତକୋଇଲି, ୧୬/୦୪/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )-ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ନେମାଳ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ରେ  ନିଖିଳ ଉତ୍କଳ ବାରିକ ସମିତି ,ନିଶ୍ଚିନ୍ତକୋଇଲି ଶାଖାର ଏକ ବନ୍ଧୁମିଳନ ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଯାଇଅଛି ।

ବ୍ଲକ୍ ସଭାପତି ରତ୍ନାକର ବାରିକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲାର ସଭାପତି ଅକ୍ଷୟ କୁମାର ବାରିକ, ମୁଖ୍ୟ ବକ୍ତା ଉପସଭାପତି ଶରତ ଚନ୍ଦ୍ର ବାରିକ, ସମ୍ମାନୀତ ଅତିଥି କୋଷାଧ୍ୟକ୍ଷ ନଟବର ବାରିକ, ମହାନଗର ନାରୀ ନେତ୍ରୀ ଲକ୍ଷ୍ମୀପ୍ରିୟା ବାରିକ ଓ ଉପଦେଷ୍ଟା ଦୈତାରି ବାରିକ ପ୍ରମୁଖ ଯୋଗଦେଇଥିଲେ। ସମ୍ପାଦକ ଭାଗିରଥି ବାରିକ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ସଂଗଠନ କୁ ଦୃଢ଼ କରିବାପାଇଁ ପଞ୍ଚାୟତ ସ୍ତରରେ ସଭାପତି ଭାବେ ସୁରେନ୍ଦ୍ର ବାରିକ,କ୍ଷେତ୍ରବାସୀ ବାରିକ,ଅକ୍ଷୟ କୁମାର ବାରିକ,ଶତୃଘ୍ନ ବାରିକ ଓ ରୀନା ବାରିକ ଙ୍କୁ ଚୟନ କରାଯାଇଥିଲା। ନେମାଳ,ସାନ୍ତପୁର,କଳ ମିଶ୍ରି , ଜନାର୍ଦ୍ଦନପୁର ଓ ମହମ୍ମଦ ପୁର ପଞ୍ଚାୟତ ରୁ ବାରିକ ଭାଇମାନେ ଯୋଗଦେଇଥିଲେ। ଗୁରୁ ଚରଣ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।ଅଶୋକ କୁମାର ବାରିକ,ଶରତ ଚନ୍ଦ୍ର ବାରିକ,ଚନ୍ଦ୍ରମଣି ବାରିକ,ସୁମନ୍ତ ରଞ୍ଜନ ବାରିକ,ଲକ୍ଷ୍ମୀକାନ୍ତ ବାରିକ,ଦୀପକ କୁମାର ବାରିକ,ଜ୍ଞାନ ରଞ୍ଜନ ବାରିକ,ସୁକାନ୍ତ ବାରିକ,ମୂରଲୀଧର ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *