ଯାଜପୁର ୧୦/୧୦/୨୦୨୪ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଓ ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଙ୍କ ନିର୍ଦେଶ କ୍ରମେ ଜିଲ୍ଲା କାରାଗାର ପରିସର ରେ ଵରିଷ୍ଠ ଦେଓ୍ବାନୀ ବିଚାରପତି ଶ୍ରୀ ସତ୍ୟପ୍ରକାଶ ରାୟ ଚୌଧୁରୀ ଙ୍କ ଅଧ୍ୟକ୍ଷତା ରେ ବିଶ୍ବ ମାନସିକ ସ୍ଵାସ୍ଥ୍ୟ ଦିବସ ପରିପ୍ରେକ୍ଷୀ ରେ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଅତିଥି ଆଲୋଚକ ଭାବେ ଅତିରିକ୍ତ ଜିଲ୍ଲା ମୁଖ୍ୟସ୍ଵାସ୍ଥ୍ୟାଧିକାରୀ ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡା ସୁଧାଂଶୁ ଶେଖର ବଳ ,ପ୍ରାକ୍ତନ ପ୍ରାଧିକରଣ ସଦସ୍ୟ ଡ଼ ରୁଦ୍ରନାରାୟଣ ପୃଷ୍ଟି ଅନ୍ତେବାସୀ ମାନେ କିପରି ଉଦାସୀନ ,ବିବ୍ରତ ସଦା ଚଞ୍ଚଳ ମନା ହେବେ ନାହିଁ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ ।ଦୈନଦିନ ର ଚଳଣି ଓ ଆଚରଣ ରେ ସୁଧାର ଆଣିବେ,ମନକୁ ପ୍ରସନ୍ନ ରଖିବେ ସେ ବିଷୟ ରେ ବୁଝାଇବା ସହ ମାନସିକ ସ୍ବାସ୍ଥ୍ୟ ର ଚିକିତ୍ସା ଦିଗରେ ସରକାରୀ ସ୍ତର ରେ ଯୋଗାଇଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ବିଷୟ ରେ ସୂଚନା ଦେଇଥିଲେ ।ଚଳିତ ବର୍ଷ ର ଚିନ୍ତନ କାର୍ଯ୍ୟସ୍ଥଳି ରେ ଚାପ ଜନିତ ମାନସିକ ସ୍ଵାସ୍ଥ୍ୟ କୁ ନେଇ ଉପାଦେୟ କଥା ମାନ କୁହାଯାଇଥିଲା ।ଜେଲ ର ଡାକ୍ତର ପ୍ରିୟା ଲିଟିଲ୍ ବଳ ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।ସହକାରୀ ଜେଲ ତତ୍ତ୍ୱାବଧାରକ ଶ୍ରୀ ପ୍ରଭାସ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜେଲ ଓ ପ୍ରାଧିକରଣ ର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
