ନିଶ୍ଚିନ୍ତକୋଇଲି,୨୯/୦୯/୨୦୨୫ ( ଓଡିଶା ସମାଚାର/ଅଭୟ ଜେନା )- କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କେନ୍ଦୁପାଟଣା ଚିତ୍ରୋତ୍ପଳା ନଦୀ ତଟରେ ମା ଅଷ୍ଟାଦଶଭୁଜା ଦୁର୍ଗାଙ୍କର ତ୍ରିଂଶତମ ବାର୍ଷିକ ଦୁର୍ଗାପୂଜା ଉତ୍ସବ ର ସପ୍ତମୀ ପୂଜା ଆରମ୍ଭ ହୋଇଛି । ଚିତ୍ରୋତ୍ପଳା ସାର୍ବଜନୀନ ଦୁର୍ଗାପୂଜା କମିଟି ର କର୍ମକର୍ତ୍ତା ଓ ସଦସ୍ୟ ମାନେ ମା’ ଅଷ୍ଟାଦଶ ଭୁଜାଦୁର୍ଗା ଙ୍କ ପୂଜା ନିମନ୍ତେ ସମସ୍ତ ପୂଜା କାର୍ଯ୍ୟକ୍ରମ ଚଳାଇଛନ୍ତି ।
କମିଟିର ସୂଚନା ଅନୁଯାୟୀ ୨୯ ତାରିଖ ମହାସପ୍ତମୀ ପୂଜାଅନୁଷ୍ଠିତ ହେଉଥିବା ବେଳେ 30ତାରିଖ ମହାଷ୍ଟମୀ ଦୁର୍ଗାବ୍ରତଅନୁଷ୍ଠିତ ହେବ | ଚଳିତ ବର୍ଷ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ବ୍ୟକ୍ତି ଗତ ମାନସିକ ପଣାହାଣ୍ଡି ନହୋଇ ସାମୁହିକ ପଣାଭୋଗଅନୁଷ୍ଠିତ ହେଉଛି । ଏଥି ନିମନ୍ତେ ପୂର୍ବରୁ ଦେୟ ପୈଠ କରି ହାସଲ କରିଥିବା ରସିଦ କାଉଣ୍ଟର ରେ ଦଖଲ କରି ଭକ୍ତ ମାନେ ପଣାପ୍ୟାକେଟ ସଂଗ୍ରହ କରିବାକୁ କୁହାଯାଇଛି ।
ସେହିପରି ଅକ୍ଟୋବର ୧ ତାରିଖ ମହାନବମୀ ପୂଜା, ଅକ୍ଟୋବର ୨ ତାରିଖ ବିଜୟା ଦଶମୀ ଦଶହରା ପୂଜା ଅନୁଷ୍ଠିତ ହେବବୋଲି ନିବେଦନ କରାଯାଇଛି । ଉକ୍ତଦିନ ବିଜୟ ଯାତ୍ରା ଓ ଘଟ ବିସର୍ଜନପୂଜା ପରେ ରାତ୍ର ୯.୩୦ ସମୟରେ ସଟସର୍କିଟ ମାଧ୍ୟମରେ ରାବଣ ପୋଡି ଉତ୍ସବ ଓ ଆତସବାଜୀ ପ୍ରଦର୍ଶନ ସହଭଷାଣି ଯାତ୍ରା ଅନୁଷ୍ଠିତ ହେବ |ଆଜିପାଗ ଅନୁକୂଳ ଥିବାରୁ ମହାସପ୍ତମୀ ରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ମଧ୍ୟରେ ଦୁର୍ଗାପୂଜାପାଇଁ ଉତ୍ସାହ ବୃଦ୍ଧି ପାଇଛି ।
