ଜଗତସିଂହପୁର,୧୩/୧୨/୨୦୨୫ (ଓଡ଼ିଶା ସମାଚାର)- ୧୨.୧୨.୨୦୨୫ ତାରିଖରେ ଡ଼ ବିଜୟ ଭୂଷଣ ନନ୍ଦ, ନିର୍ଦ୍ଦେଶକ, ଅର୍ଥନୀତି ଓ ପରିସଂଖ୍ୟାନ, ଏବଂ ଡ଼କେ.ସି. ପାଣି, ବିଷୟ ବିଶେଷଜ୍ଞ ଙ୍କ ଦ୍ୱାରା ଜଗତସିଂହପୁର ବ୍ଲକ ର ଇଟାପଡା ଗ୍ରାମ ଏବଂ ତିର୍ତ୍ତୋଲ ବ୍ଲକ ର ସଅଁରା ଗ୍ରାମରେ ୭ମ କ୍ଷୁଦ୍ରଜଳସେଚନ ଗଣନା, ୨ୟ ଜଳାଶୟ ଗଣନାର କ୍ଷେତ୍ର ତଦାରଖ କରାଯାଇଥିଲା। ଏହି ସର୍ଭେକାର୍ଯ୍ୟ ପଙ୍କଜିନି ଖଟୁଆ, SFS ଓ ପିନାକୀ ପ୍ରସାଦ ଶତପଥି ସର୍ବେକ୍ଷଣକାରୀଙ୍କ ଦ୍ୱାରା କରାଯାଇଥିଲା। ତଦାରଖ ସମୟରେ ଜିଲ୍ଲା ଯୋଜନା ଏବଂ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ଜଗତସିଂହପୁର ର ଅଧିକାରୀମାନେ ଉପସ୍ଥିତଥିଲେ। ଗଣନା କରାଯାଇଥିବା ଜଳ ଉତ୍ସ ଏବଂ କ୍ଷୁଦ୍ର ଜଳ ସେଚନ ଯୋଜନା ଗୁଡ଼ିକୁ ଯାଞ୍ଚ କରିବା ସହ ତ୍ରୁଟି ସୁଧାରିଥିଲେ।
ତତ୍ପରେ ଜିଲ୍ଲା ଯୋଜନା ଏବଂ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ସମ୍ମିଳନୀ, ଜଗତସିଂହପୁର,ନିର୍ଦ୍ଦେଶକ ଡ଼ ବିଜୟ ଭୂଷଣ ନନ୍ଦଙ୍କ ଅଧ୍ୟକ୍ଷତାରେ ରିଫ୍ରେସର୍ଟ୍ରେନିଂ ପ୍ରୋଗ୍ରାମ ଆୟୋଜିତ ହୋଇଥିଲା। ଏହି ବୈଠକରେ ଡ଼ କୈଳାଶ ଚନ୍ଦ୍ର ପାଣି (ବିଷୟ ବିଶେଷଜ୍ଞ ) ଶ୍ରୀ ସରୋଜ କୁମାର ସେଠୀ (ଯୁଗ୍ମ ନିର୍ଦ୍ଦେଶକ, କେନ୍ଦ୍ରାଞ୍ଚଳ, କଟକ ଏବଂ ଶ୍ରୀମତୀ ଗୀତା ରାୟ,ସହକାରୀ ନିର୍ଦ୍ଦେଶକ, କେନ୍ଦ୍ରାଞ୍ଚଳ, କଟକ ଯୋଗ ଦେଇଥିଲେ। ଏହି ସମୀକ୍ଷା କାର୍ଯ୍ୟକ୍ରମରେ , ନିର୍ଦ୍ଦେଶକ ଡ଼ ନନ୍ଦ ଏହି ଗଣନା କାର୍ଯ୍ୟକ୍ରମର ଗୁଣାତ୍ମକ ମାନ ଓ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମାପନ ଉପରେ ଗୁରୁତ୍ଵ ଆରୋପ କରିଥିଲେ।
ଡ଼ କେ.ସି. ପାଣି, ବିଷୟ ବିଶେଷଜ୍ଞ, ୭ମ କ୍ଷୁଦ୍ର ଜଳସେଚନ ଗଣନାର ପ୍ରକ୍ରିୟା, ପଦ୍ଧତି ଓ ମୌଳିକ ଧାରଣା (concepts) ସମ୍ପର୍କରେ ଗଣନାକାରୀ ମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଇ ସେମାନଙ୍କର ସମସ୍ତ ସନ୍ଦେହ ଓ କ୍ଷେତ୍ର ସମସ୍ୟା ନିରାକରଣ କରିଥିଲେ। ଡ଼ ନନ୍ଦ ମଧ୍ୟ ଜିଲ୍ଲା ସ୍ତରୀୟ କୃଷି ଏବଂ ସିଚାଇ ବିଭାଗ ର ଅଧିକାରୀମାନଙ୍କ ସହ ଆଲୋଚନା କରି କ୍ଷେତ୍ର ସମସ୍ୟା ଓ ତଥ୍ୟର ଗୁଣସ୍ତର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ ।
