କଟକ ସଦର, ୨୩/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ମାନେଶ୍ୱର ପ୍ରଧାନ ଙ୍କୁ ଆଜି ଶୁକ୍ରବାର ଦିନ କଟକ ସଦର ର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକଙ୍କ ସହିତ ସୁରେଶ ଚନ୍ଦ୍ର ବିଷୋୟୀ, ଗଗନ ବିହାରୀ ମହାପାତ୍ର, କମଳାକାନ୍ତ ନାୟକ, ଵିଜୟ ମଲ୍ଲିକ,ନିର୍ମଳ ଚେହେରା ପ୍ରମୁଖ ବହୁ ବିଜେଡ଼ି ନେତା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।
ଏଥି ସହିତ ଏଠାରୁ ବଦଳି ହୋଇ ଆଜି ଥାନା ଛାଡିଥିବା ବିଦାୟୀ ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଙ୍କୁ ମଧ୍ୟ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ଜଣାଇଛନ୍ତି।
