ବାଜି ରାଉତଙ୍କ ନାମରେ ଶିଶୁ ସାହସିକତା ପୁରସ୍କାର ଘୋଷଣା କରନ୍ତୁ ରାଜ୍ୟ ସରକାର : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

ଭୁବନେଶ୍ୱର,୦୫/୧୦/୨୦୨୪ (ଓଡ଼ିଶା€ ସମାଚାର)- ଭାରତୀୟ ସ୍ୱାଧୀନତା ସଂଗ୍ରାମର ସର୍ବକନିଷ୍ଠ ଶହୀଦ, ଓଡ଼ିଆ ଜାତିର ଗର୍ବ ଓ ଗୌରବ ବଳିଦାନର ଶ୍ରେଷ୍ଠ ଶିଶୁ ପ୍ରତୀକ ସାହସିକତାର ଜ୍ୱଳନ୍ତ ଉଦାହରଣ ଶହୀଦ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ ସରକାରୀ ସ୍ତରରେ ପାଳନ ହେବାପାଇଁ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣାକୁ ଓଡ଼ିଆ ଅସ୍ମିତା ପରିଷଦ ସ୍ୱାଗତ କରିଛି । ପରିଷଦର ଆବାହକ ରବି ବେହେରା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏ ସଂକ୍ରାନ୍ତରେ ଏକ ଚିଠି ଲେଖି ଧନ୍ୟବାଦ ଦେବା ସହିତ ବାଜି ରାଉତଙ୍କ ତ୍ୟାଗ ଓ ବଳିଦାନ ଉପରେ ତାଙ୍କ ଜନ୍ମ ଶତବାର୍ଷିକୀ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ଓଡ଼ିଶା ସରକାରଙ୍କ ତରଫରୁ ନିର୍ମାଣ କରି ବିଭିନ୍ନ ସ୍କୁଲ୍ କଲେଜରେ ପ୍ରଦର୍ଶନ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଏହା ବ୍ୟତୀତ ବାଜି ରାଉତଙ୍କ ବିଷୟରେ ଏକ ସ୍ୱତନ୍ତ୍ର ବିଷୟ ହାଇସ୍କୁଲ୍ ଓ ଯୁକ୍ତ-୨ ସ୍ତରରେ ପିଲାମାନଙ୍କର ଜାଣିବା ପାଇଁ ପୁସ୍ତକରେ ସ୍ଥାନିତ କରିବାକୁ ସେ ଦାବି କରିଛନ୍ତି । କେନ୍ଦ୍ର ସରକାର ଶିଶୁ ସାହସିକତା ପାଇଁ ଜାତୀୟସ୍ତରରେ ଯେଭଳି ‘ସଂଜୟ ଚୋପ୍ରା ଓ ଗୀତା ଚୋପ୍ରା’ ସାହସିକତା ପୁରସ୍କାର ପ୍ରଦାନ କରୁଛନ୍ତି, ସେହିଭଳି ବାଜି ରାଉତଙ୍କ ନାଁରେ ଓଡ଼ିଶା ସରକାର ଏକ ଶିଶୁ ସାହସିକତା ପୁରସ୍କାର ପ୍ରଦାନ କରିବାକୁ ଶ୍ରୀ ବେହେରା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍ ଯୋଗେ ପ୍ରଦାନ କରିଥିବା ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *