ତ୍ରିଲୋକ୍ୟପୁର ଭତା କେଳେଙ୍କାରୀ ଘଟଣାରେ ପୂର୍ବତନ ଏଡିଇଓ ନିଲମ୍ବିତ

କେନ୍ଦ୍ରାପଡ଼ା,୨୬/୧୧/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ରାଜକନିକା ବ୍ଲକ ଅଧିନ ତ୍ରିଲୋକ୍ୟପୁର ଗ୍ରାମ ପଂଚାୟତରେ ଭତା କେଳେଙ୍କାରୀ ଘଟଣାରେ ପୂର୍ବତନ ତ୍ରିଲୋକ୍ୟପୁର ଏଡିଇଓ(ଏକାଉନ୍ଟାଂଟ-କମ- ଡାଟା ଏନ୍ଟ୍ରି ଅପରେଟର) କଳ୍ପନା ଲେଙ୍କାଙ୍କୁ ଜିଲାପାଳ ରଘୁରାମ ଆର. ଆୟର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ପ୍ରକାଶ ଥାଉ କି କଳ୍ପନା ଲେଙ୍କା ହିତାଧିକାରୀଙ୍କ ଭତାଟଙ୍କା ବାବଦକୁ ୧ ଲକ୍ଷ ୧୬ ହଜାର ଟଙ୍କା ହେରଫେର କରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି । ଭତାଟଙ୍କା ହେରଫେର କରୁଥିବା ନେଇ ହିତାଧିକାରୀ ମାନେ ବିଡିଓ ରାଜକନିକାଙ୍କ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତଦନ୍ତରୁ ଭତା ଟଙ୍କା ହେରଫେର କରିଥିବା ସ୍ପଷ୍ଟ ହୋଇଥିଲା । ବର୍ତର୍ମାନ ସେ ବରଡିଆ ପଂଚାୟତରେ କାର୍ଯ୍ୟରତ ଅଛନ୍ତି ।

Leave a Reply

Your email address will not be published. Required fields are marked *