ବାଲିଗୁଡା : ପାର୍ବଣ କୁ ନେଇ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲିଗୁଡା,୨୭/୦୯/୨୫ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲାରେ ଭାଇଚାରା ଓ ଶାନ୍ତି ଶୃଙ୍ଖଳା ରେ ପାର୍ବଣ ପାଳିବାକୁ ଆହ୍ଵାନ ଦେଇଛନ୍ତି ଜିଲ୍ଲା ପ୍ରଶାସନ।

କୌଣସି ସୋସିଆଲ ମିଡିଆରେ ଆପତ୍ତି ଜନକ ଖବର କୁ ବିଶ୍ଵାସ ନକରି ଦଶହରା ରେ ଦୂର୍ଗାପୂଜା ଓ କୁମାର ପୂର୍ଣ୍ଣିମା ରେ ଲକ୍ଷ୍ମୀ ପୂଜା ପାଳନ କରିବା ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇ ଲୋକଙ୍କ ମନରେ ସଚେତନତା କରାଯାଇ ଥିବା କହିଛନ୍ତି ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ । ନବରାତ୍ର ପୂଜା ଠାରୁ ବିଭିନ୍ନ ଦେବୀ ପୀଠ ମାନଙ୍କ ରେ ପୂଜା ଆରମ୍ଭ ହୋଇଯାଇଛି ।

ଗାଁ ଠୁ ସହର ହୋଇ ଉଠିଲାଣି ଉତ୍ସବ ମୁଖର । ବିଭିନ୍ନ ସ୍ଥାନରେ ସୂଉଚ୍ଚ ତୋରଣ ମାନ କରାଯାଇଥିବା ବେଳେ ଭଳିକି ଭଳି ରଙ୍ଗୀନ ଆଲୋକ ମାଳା ରେ ସାଜସଜ୍ଜା କରାଯାଇଛି । ଏ ସବୁ କୁ ଦୃଷ୍ଟି ରେ ରଖି ସନ୍ଧ୍ୟାରେ ବାଲିଗୁଡା ସହର ରେ ଏସଡି ପିଓ ରମେନ୍ଦ୍ର ପ୍ରସାଦ ଓ ଥାନା ଅଧିକାରୀ ସମ୍ବିତ କୁମାର ସ୍ୱାଇଁ ଙ୍କସହ ଜବାନ ମାନେ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରିଥିଲେ ।

Leave a Reply

Your email address will not be published. Required fields are marked *