୩୨ ବର୍ଷ ହେଲା ଖତ ଖାଉଛି ଵିରିଵାଟୀ କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ, ପୁନଃରୁଦ୍ଧାର ଦାବି

କଟକ ସଦର,୨୭/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଅଭାଵି ବିଦ୍ୟୁତ୍ କରେଣ୍ଟ ପୁରଣ କରିବା ଉଦ୍ଧେଶ୍ୟରେ କଟକ ଜିଲ୍ଲା ର ଵିରିଵାଟୀ ଠାରେ ତାଳଦଣ୍ଡା କେନାଲ ଉପରେ ଏକ କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ ତତ୍କାଳୀନ ମୂଖ୍ୟମନ୍ତ୍ରୀ ଵିଜୁ ପଟ୍ଟନାୟକ ୧୯୯୪ ମସିହା ଫେବୃଆରୀ ୨୦ ତାରିଖ ରେ ଉଦଘାଟନ କରିଥିଲେ। ତାଙ୍କ ସହିତ ତତ୍କାଳିନ ଶକ୍ତି ମନ୍ତ୍ରୀ କାଳିନ୍ଦୀ ବେହେରା ଓ ତତ୍କାଳୀନ କଟକ ସଦର ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂ ଏଥିରେ ଯୋଗ ଦେଇଥିଲେ ।

ଏଵେ ଏମାନଙ୍କ ମଧ୍ୟରୁ କେହି ଜଣେ ହେଲେ ଜୀବିତ ନଥିବା ବେଳେ ଉଦଘାଟନ ଦିନ ଠାରୁ ଦୀର୍ଘ ୩୨ ବର୍ଷ ହେଲା ତାହା ଅଚଳ ହୋଇ ଖତ ଖାଉଥିବା ଦେଖାଯାଇଛି। ଉଦଘାଟନ ପରେ ପରେ ମାତ୍ର କିଛି ଦିନ ପ୍ରକଳ୍ପ ଟି ସୁରୁଖୁରୁରେ ଚାଲି ଆଖପାଖ ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଇ ଦେଇଥିଲା ।

ହେଲେ ରକ୍ଷଣାବେକ୍ଷଣ ଅଭାଵ କିମ୍ଵା ବୈଷୟିକ ଜ୍ଞାନକୌଶଳ ଅଭାବରୁ ତାହା ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି।ଏବେ ସେଠାରେ ଜଙ୍ଗଲ ସୃଷ୍ଟି ହେବା ସହିତ ଯନ୍ତ୍ରାଂଶ ଗୁଡିକ କଳଙ୍କି ଲାଗି ଖତ ଖାଉଛି। ଦୀର୍ଘ ବର୍ଷ ହେଲା ଅଚଳ ହୋଇ ପଡ଼ିଥିବା ପ୍ରକଳ୍ପ କୁ ଜଗିଵାରେ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ଚିନ୍ତା କରୁନଥିବା ରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

 

Leave a Reply

Your email address will not be published. Required fields are marked *