କେନ୍ଦ୍ରାପଡ଼ା,୨୭/୦୯/୨୦୨୫(ଓଡ଼ିଶା ସମାଚାର)-ମହମ୍ମଦଙ୍କ ବାଣୀକୁ ଅସମ୍ମାନ କରିବା ଓ ଏହାକୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ଟାଉନ୍ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ ହେଉଛନ୍ତି ତିନିମୁହାଣୀର ରାହୁଲ ଥାପା । ରାହୁଲ ମହମ୍ମଦଙ୍କ ବାଣୀକୁ ନିଜ ଗୋଡ଼ ପାଖରେ ଲେଖା ଥିବା ଏକ ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ ।
ଏହାକୁ ନେଇ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତିମାନେ ଥାନାରେ ଅଭିଯୋଗ କରିଥିଲେ । ସେମାନେ କହିଥିଲେ ସମଗ୍ର ଦେଶରେ ଏବେ ଆଇ ଲଭ ମହମ୍ମଦ ଟ୍ରେଣ୍ଡ ଚାଲିଛି । ତାହାକୁ ବିରୋଧ କରି ସେ ଏଭଳି ପୋଷ୍ଟ କରିଛନ୍ତି । ଅଭିଯୋଗ ହେବା ପରେ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି ।
