କେନ୍ଦ୍ରାପଡ଼ା, ୨୨/୦୪/୨୦୨୫(ଓଡ଼ିଶା ସମାଚାର)- ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟ ପିଡିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ନିର୍ଦେଶ କ୍ରମେ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଇଛି ।
ଟ୍ରଷ୍ଟି ଭୁବନମୋହନ ଦାସ କେନ୍ଦ୍ରାପଡା ଜିଲାର ଠାଉରୀ ଗ୍ରାମର ଘନଶ୍ୟାମ ସାହୁଙ୍କ ପୁଅ କର୍କଟ ରୋଗରେ ପିଡିତ ଅମର ସାହୁଙ୍କ ଘରେ ପହଂଚି ତାଙ୍କୁ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଆର୍ଥିକ ସହାୟତା ପ୍ରଦାନ ସମୟରେ ସ୍ୱୟଂଭୂବ ଦାସ ଓ ରତ୍ନାକର ସାର ପ୍ରମୁଖ ଉପସ୍ଥିତ ଥିଲେ ।
