ମାହାଙ୍ଗା,୨୪/୧୨/୨୦୨୫(ଓଡିଶା ସମାଚାର/ ଅଭୟ ଜେନା)-କୋଠପଦା ହାଇସ୍କୁଲ ପୁରାତନ ଛାତ୍ରସଂଘ ଏବଂ ମାହାଙ୍ଗା ସାରସ୍ୱତ ସେବା ମଞ୍ଚର ମିଳିତ ଆନୁକୂଲ୍ୟରେ ବାଗ୍ମୀ ବିଶ୍ୱନାଥ କରଙ୍କ ୧୬୧ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ପୁରାତନ ଛାତ୍ର ସଂଘର ବାର୍ଷିକ ଉତ୍ସବ ଏବଂ ବାଗ୍ମୀ ବିଶ୍ୱନାଥଙ୍କ ଜୟନ୍ତୀ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଥିଲେ ।
ଛାତ୍ରସଂଘ ସଭାପତି ସାହିତ୍ୟିକ ଅଖିଳେଶ ପଦ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ “ଆମ ମାହାଙ୍ଗା”ର ଅଧ୍ୟକ୍ଷ ଯୁବ ଇଞ୍ଜିନିଅର ଡକ୍ଟର ଅମରେନ୍ଦ୍ର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ମାହାଙ୍ଗାର ଅସ୍ମିତାକୁ ଅକ୍ଷୁର୍ଣ୍ଣ ରହିବା ଆମ ସମସ୍ତଙ୍କର ଦାୟୀତ୍ୱ ବୋଲି ଆହ୍ୱାନ ଦେଇଥିଲେ । ଓଡ଼ିଆ ଜାତି ପାଇଁ ଏବଂ ଭାଷା ପାଇଁ ବାଗ୍ମୀ ବିଶ୍ୱନାଥଙ୍କ ଜୀବନ ବ୍ୟାପୀ ଅବଦାନ ଚିର ସ୍ମରଣୀୟହୋଇ ରହିବ ବୋଲି ଶ୍ରୀ ମହାନ୍ତି କହିଥିଲେ । ଉତ୍ସବରେ ସାରସ୍ୱତ ସେବା ମଞ୍ଚର ସଭାପତି ଡକ୍ଟର ଭାବଗ୍ରାହୀ ରାଉତ ମୁଖ୍ୟ ବକ୍ତାଭାବେ ଯୋଗଦେଇ ଓଡ଼ିଆ ଭାଷା ଓ ସଂସ୍କୃତିର ମହାନାୟକ ବାଗ୍ମୀ ବିଶ୍ୱନାଥଙ୍କ ଜୀବନାଦର୍ଶ ଉପରେ ଆଲୋକ ପାତ କରିଥିଲେ ।
ସମ୍ମାନିତ ଅତିଥି ଭାବେ କବି ପ୍ରଶାନ୍ତ କୁମାର କର, ପ୍ରଧାନଶିକ୍ଷକ ପ୍ରତାପ କିଶୋର ନାୟକ, ଶିକ୍ଷକ ମାଗୁଣି ଚରଣ ସାମଲ, ସାମ୍ବାଦିକ ବିଜୟ କୁଅଁର ପ୍ରମୁଖ ସେହି କାଳଜୟୀ ସ୍ରଷ୍ଟା ଙ୍କର କୃତୀ ଓ କୀର୍ତ୍ତି ର ମୂଲ୍ୟାୟନ କରିଥିଲେ ।
ବିଦ୍ୟାଳୟର ପୁରାତନ ଛାତ୍ର ମନୋଜ ମହାନ୍ତି, ଅରୁଣା ଆଚାର୍ଯ୍ୟ,ଅଜୟ ମହାପାତ୍ର,ତାହେର ଅଲ୍ଲୀ,ମନୋରଞ୍ଜନ ମହାନ୍ତି, ଗୟାଧର ସାହୁ, ରତ୍ନାକର ଦାସ,ହେମନ୍ତ ବେହେରା, ମଞ୍ଜୁଲତା ବାଗ, ଉପେନ୍ଦ୍ର ଖିଲାର, କ୍ଷୀରୋଦ ବାଗ,ବନମାଳୀ ବାରିକ, ରାଜକିଶୋର ମହାନ୍ତି,ଅରବିନ୍ଦ ମହାନ୍ତି, ଅନ୍ନପୂର୍ଣ୍ଣା ମହାରଣା, ମନୋଜ ମଞ୍ଜରୀ ବିଶ୍ୱାଳ, ଲକ୍ଷ୍ମୀପ୍ରିୟା ସେଠୀ, ସୌଦାମିନୀ ସିଂ,ପର୍ଶୁରାମ ରାଉତ,ଜିତେନ୍ଦ୍ର ବେହେରା, ରମେଶ ପତି, ସୁବାସ ଦାସ, ବିଷ୍ଣୁ ଚରଣ ବେହେରା,ରାଜକିଶୋର ମିଶ୍ର, ଭିକାରି ଓଝା, ଅରକ୍ଷିତ ପ୍ରଧାନ, ବିଜୟ ବାଗ, ପ୍ରଫୁଲ୍ଲ ଜେନା, କ୍ଷୀରୋଦ ସ୍ୱାଇଁ,ବଂଶୀଧର ରାଉତ, ବିନୋଦ ମହାପାତ୍ର, ଅକ୍ଷୟ ରାଉତ,ରବୀନ୍ଦ୍ର ସାହୁ, ନିରୋଦ ମହାପାତ୍ର,ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇଥିଲେ ।
ପୁରାତନ ଛାତ୍ର ଈଶ୍ୱର ଆଚାର୍ଯ୍ୟ ସ୍ୱାଗତ ଭାଷଣ ଏବଂ ପୁରାତନ ଛାତ୍ରୀ ଅରୁଣା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
