ସାମ୍ବାଦିକଙ୍କ ପିତୃ ବିୟୋଗ

ନିରାକାରପୁର,୩/୮/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଂକିଆ ପଞ୍ଚାୟତ ନୂଆଗାଁ ଗ୍ରାମର ସାମ୍ବାଦିକ ଦାଶରଥି ଶ୍ରୀଚନ୍ଦନଙ୍କ ପିତା ପ୍ରଫୁଲ୍ଲ କୁମାର ଶ୍ରୀଚନ୍ଦନଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ହୃଦରୋଗ ଜନିତ ରୋଗରେ ପୀଡିତ ଥିଲେ। ସେ ଜଣେ ସରଳ, ଧର୍ମପରାୟଣ ଓ ମେଲାପି ବ୍ୟକ୍ତି ଥିଲେ। ସେ ଜାତୀୟ ରାଜପଥ ବିଭାଗରେ କର୍ମଚାରୀ ରୂପେ କାର୍ଯ୍ୟ କରି ଅବସର ନେଇଥିଲେ। ତାଙ୍କ ମୃତ୍ୟୁରେ ଜଂକିଆ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ଖବର ପାଇ ସାମ୍ବାଦିକ ଶ୍ୟାମ ସୁନ୍ଦର ପଟ୍ଟନାୟକ, ଲଛମନ ନାୟକ,  ମାନସ ଚନ୍ଦ୍ର ପଟ୍ଟନାୟକ, ଉମେଶ ଚନ୍ଦ୍ର ପଟ୍ଟନାୟକ, ହିମାଂଶୁ ଭୁଷଣ ଚମ୍ପତିରାୟ, ରାମ ନାରାୟଣ ଦାଶ, ଦୀପକ କୁମାର ପ୍ରଧାନ , ବିଭୂତି ଭୂଷଣ ଦାଶ ଓ ପ୍ରକାଶ କୁମାର ବଳିଆରସିଂହ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *