ବାଲିଗୁଡା,୨୩/୦୯/୨୫(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଦିବସ ଅବସରରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ଏବଂ ରେଡ୍ ରିବନ୍ କ୍ଲବ ର ମିଳିତ ପ୍ରଚେଷ୍ଟାରେ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଡାକ୍ତର ସି.ରାମ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଅଧ୍ୟକ୍ଷ ଲକ୍ଷ୍ମଣ ପାଳ, ଯୁବ ରେଡକ୍ରସ୍ କନ୍ଧମାଳ ଜିଲ୍ଲା ସଂଯୋଜକ ଡ.ବିଭୂତି ଭୂଷଣ ଆଚାର୍ୟ୍ୟ କାର୍ୟ୍ୟକ୍ରମ ଅଧିକାରୀ ଶ୍ରୀମତୀ ଅରୁନ୍ଧତୀ ପ୍ରଧାନ, ହମନ୍ ଦିବାକା, କାଉନସେଲର ମାନସ ରଂଜନ ପ୍ରଧାନ, ଏକାଉଣ୍ଟ ବର୍ସର ସରୋଜ କୁମାର ପାଠୀ, ଅଧ୍ୟାପକ ପରିଷଦ ସଂପାଦକ ତେଜେଶ୍ୱର ନାୟକ, ଶୈକ୍ଷିକ ପରାମର୍ଶଦାତା ଡ.ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ଓ ସ୍ବେଛାସେବୀ ମାନଙ୍କୁ ରକ୍ତଦାନ କରି ଜୀବନ ଦାନ କରିବାକୁ ଉତ୍ସାହିତ କରିଥିଲେ ।
ଏଥିରେ ୫୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଅଧ୍ୟାପକ ନୀଳାଚଳ ମହାରଣା, କାହ୍ନୁ ଗମାଂଗ ଅବିନାଶ ମହାପାତ୍ର, କୁନି ନାୟକ, ଅମିତାଭ ବଚନ ନାୟକ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହୃଦୟତାର ସହ ଏହି ରକ୍ତଦାନରେ ସହଯୋଗ କରିଥିଲେ ।
