ଗରଦପୁର ସମ୍ବାଦ ସାହିତ୍ୟ ଘର ପକ୍ଷରୁ କିଶୋର ସାହିତ୍ୟ ପ୍ରତିଭା ଉତ୍ସବ

                                 ଓଡ଼ିଶୀ ,ସଙ୍ଗିତ ,ନୃତ୍ୟ ଓ ବକ୍ତୃତା ର ତ୍ରିବେଣୀ ସଙ୍ଗମ

ଗରଦପୁର, ୧୬/୧୧/୨୦୨୬ (ଓଡ଼ିଶା ସମାଚାର)- ଗରଦପୁର ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି । ଓଡ଼ÿିଆ ଭାଷା ସାହିତ୍ୟ ଓ ସଂସ୍କୃତିକୁ ଉଦ୍ଜୀବିତ ରଖିବା ପାଇଁ ଗରଦପୁର ବ୍ଲକ୍ ନିକଟସ୍ଥ ମଦନାସ୍ଥିତ ଗୀତା ସ୍ୱେଛାସେବୀ ଅନୁଷ୍ଠାନ ସମ୍ମିଳନୀ କକ୍ଷରେ ବ୍ଲକ୍ ସ୍ତରୀୟ କିଶୋର ସାହିତ୍ୟ ପ୍ରତିଭା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ବ୍ଲକ୍ ର ୨୫ ଟି ଉଚ ବିଦ୍ୟାଳୟରୁ ୭୦ ରୁ ଉଦ୍ଧ୍ୱର୍ କୃତୀ ପ୍ରତିଭା ମାନେ ଯୋଗଦେଇ ବକ୍ତକ୍ତୃତା,ଚିତ୍ରାଙ୍କନ,କବିତା ପଠନ,ଓଡ଼ିଶୀ ସଙ୍ଗିତ , ଓଡ଼ିଶୀ ନୃତ୍ୟ , କୁଇଜ, ଏକକ ଅଭିନୟ ରେ ଦମଦାର ପରିବେଷଣ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।ଏହି ଉପଲକ୍ଷେ ଆୟୋଜିତ ଉଦଘାଟନୀ ଉତ୍ସବରେ ସମ୍ବାଦର ବରିଷ୍ଠ ସାମ୍ବାଦିକ ନବଘନ ନାୟକ ସଭାପତିତ୍ୱ କରିଥିବାବେଳେ ଗୀତିକବି କୁଂଜ ବିହାରୀ ପାଣି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

ଉତ୍ସବରେ ମୁ୍ଖ୍ୟ ଅତିଥି ଭାବେ ପ୍ରଫେସର ନିରୋଦ କୁମାର ଦାସ , ମୁଖ୍ୟ ବକ୍ତା ଭାବେ ଲୋକନାଥ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଡ଼କ୍ଟର ବିଚିତ୍ରା ମଂଜରୀ ତ୍ରିପାଠି , ବିଶିଷ୍ଟ ଅତିଥି ରୂପେ ପାଟକୁରା ସରକାରୀ ପିଏମଶ୍ରୀ ଉଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୀନାବାଳା ମହାନ୍ତି ଓ ଶିକ୍ଷାବିତ୍ ଅଲେଖ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଶ୍ରୀ ଜଗନ୍ନାଥ ଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ଘ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ପଣ୍ଡିତ ନୀଳକଂଠ ଦାଶଙ୍କ ଉକ୍ତି ଉଦ୍ଧାର କରି ‘ଆମେ ପ୍ରତିମା ପୂଜା କରିବା ନା ପ୍ରତିଭା ପୂଜା କରିବା’ ସମ୍ପର୍କରେ ଅତିଥିମାନେ ଆଲୋକପାତ କରି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିକୁ ଜାଜୁଲ୍ୟମାନ ରଖିବା ପାଇଁ ସମ୍ବାଦ ସାହିତ୍ୟ ଘରର ଏଭଳି ପ୍ରୟାସ କୁ ଭୂୟସି ପ୍ରସଂଶା କରିଥିଲେ ।

ଚିତ୍ରାଙ୍କନ ରେ ୧୮ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବାବେଳେ ବକ୍ତୃତା ରେ ୧୫ଜଣ, କୁଇଜ ରେ ୧ ଜଣ, ଏକକ ଅଭିନୟରେ ୫ ଜଣ , କବିତା ପଠନରେ ୬ ଜଣ, ଓଡ଼ିଶୀ ସଙ୍ଗିତରେ ୧୦ ଜଣ,ଓଡ଼ିଶୀ ନୃତ୍ୟରେ ୧୫ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ନିଜ ନିଜ କ୍ଷେତ୍ରରେ ଚିତାକର୍ଷକ ପ୍ରଦର୍ଶନ କରିଥିଲେ । ନିଜସ୍ୱ ବକ୍ତବ୍ୟ ଉପସ୍ଥାପନ କରି ଛାତ୍ର ଛାତ୍ରୀମାନେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ଓଡ଼ିଶୀ କଂଠ ସଙ୍ଗିତ ଓ ଓଡ଼ିଶୀ ନୃତ୍ୟରେ ଉପସ୍ଥିତ ଥିବା ସମସ୍ତ କବି, ସାହିତ୍ୟିକ, ଲେଖକ, ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ବିମୋହିତ ହୋଇଥିଲେ । ବିଶେଷକରି ଗତକାଲି ରାଜ୍ୟ ସ୍ତରରେ ହୋଇଥିବା ସୁରଭି କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ଓଡ଼ିଶୀ ନୃତ୍ୟ ରେ ଆଦିତ୍ୟ କୁମାର ସ୍ୱାଇଁ, ବକ୍ତୃତା ରେ ଆନିସା ମହାରାଜ ଓ ଓଡ଼ିଶୀ ସଙ୍ଗିତରେ ରାନିସା ମହାରାଜ ପ୍ରମୁଖ ୩ ଜଣ ଛାତ୍ର ଛାତ୍ରୀ ଆଜିର ଏହି କାର୍ଯ୍ୟକ୍ରମରେ ଭାଗ ନେଇ ସମସ୍ତଙ୍କୁ ଗୌରବାନିତ୍ୟ କରିଥିଲେ । ଏପରିକି ଗୀତା ଅନୁଷ୍ଠାନର ଶ୍ରବଣ ବାଧିତ ୮ ଜଣ ଛାତ୍ର ଛାତ୍ରୀ ମଧ୍ୟ ଆକର୍ଷଣିୟ ନୃତ୍ୟ ପରିବେଷଣ କରିଥିଲେ ।


ଅପରାହ୍ନରେ ଆୟୋଜିତ ଉଦ୍ୟାପନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଲେଖକ ଭୁବନ ମୋହନ ଜେନା, ସାହିତ୍ୟିକ ସରୋଜ କୁମାର ପତି, ଗାଳ୍ପିକ ନରୋତମ ପରିଡ଼ା , ଯୁବ କବି ସିଦ୍ଧାର୍ଥ ଶଙ୍କର ରାୟ , ମେଜର ଭରତ ଚନ୍ଦ୍ର ଜେନା , ମାଧବ ସ୍ୱାଇଁ, ପଣ୍ଡିତ ସାରଦା ପ୍ରସାଦ ଶତପଥି , କବି ହରିହର ପଣ୍ଡା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ୭୦ ଜଣ ଛାତ୍ର ଛାତ୍ରୀ ଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ବିତରଣ କରିଥିଲେ । ଉତ୍ସବରେ ନଇନ୍ଦିପୁର ଉଚ ବିଦ୍ୟାଳୟର ଏନସିସି କ୍ୟାଡ଼େଟ ମାନେ ଶୃଙ୍ଖଳା ରକ୍ଷା କରିବା ସହିତ କ୍ଲାସ ଗୋ କ୍ଲାପିଙ୍ଗ କରତାଳିରେ ସମସ୍ତ ପ୍ରତିଯୋଗିଙ୍କୁ ଉତ୍ସାହିତ କରିଥିଲେ । ଉତ୍ସବର ବ୍ୟାପକ ସଫଳତା ଓ ସହଯୋଗ ପାଇଁ ଗରଦପୁର ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଗୀତା ଅନୁଷ୍ଠାନର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ର ଓ କର୍ମଚାରୀ ସମ୍ବିତ ମିଶ୍ର, ନିର୍ମଳା ବାରିକ, ଶୁଶ୍ରୀ ସଙ୍ଗିତା ରାଉତ, ଗୀତାଂଜଳି ସ୍ୱାଇଁ, ରାଜେଶ ନାୟ୍କ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଯୋଗ ଗୁରୁ ଦେବ କୁମାର ପାଣି,ଓପଲଫେଡ଼ ଡ଼ାଇରେକ୍ଟର ଘନଶ୍ୟାମ କାପ, ସଙ୍ଗିତଜ୍ଞ ଅରୂପାନନ୍ଦ ସାହୁ, ଜୟଦେବ ସାହୁ, ସମ୍ବାଦ ଏଜେଂଟ ତ୍ରିଲୋଚନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଏକ ବିଦାୟି ସଙ୍ଗିତ ଗାଇ ଗୀତି କବି କୁଂଜ ବିହାରୀ ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *