ଜଗତସିଂପୁର ଜିଲ୍ଳାରେ ଆସ ସ୍କୁଲ ଯିବା – ୨୦୨୫ କାର୍ଯ୍ୟକ୍ରମର ଜିଲ୍ଳା ସ୍ତରୀୟ କମିଟି ବୈଠକ

ଜଗତସିଂହପୁର,୧୨/୦୮/୨୦୨୫ (ଓଡ଼ିଶା ସମାଚାର)-  ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ର ସଦଭାବନା ସଭାଗୃହରେ  ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଭା.ପ୍ର.ସେ. ଙ୍କ ଅଧ୍ୟକ୍ଷତାରେ ଆସ ସ୍କୁଲ ଯିବା – ୨୦୨୫ କାର୍ଯ୍ୟକ୍ରମର ଜିଲ୍ଳା ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ରେ ଜିଲ୍ଲାରେ ସର୍ଭେ କରାଯାଇଥିବା ୮୭୫ ଜଣ ସ୍କୁଲ ବାହାରେ ଥିବା ପିଲାମାନଙ୍କୁ କିପରି ମୁଖ୍ୟ ଶିକ୍ଷା ସ୍ରୋତରେ ସାମିଲ କରାଯିବ, ସେସମ୍ପର୍କରେ ବିସ୍ତ୍ରୁତ ଆଲୋଚନା କରିଥିଲେ ।

ପଢ଼ିବା ଯୋଗ୍ୟ ପ୍ରତ୍ୟେକ ଟି ପିଲା ବିଦ୍ୟାଳୟ କୁ ଆସିବା ଏଵଂ ଏଥିପ୍ରତି ଶିକ୍ଷକ ଓ ଅଭିଭାବକ ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟ ରେ ଜିଲ୍ଲାପାଳ ଆଲୋକପାତ କରିଥିଲେ।ଆଦୌ ସ୍କୁଳ ଯାଇନଥିବା ପିଲାମାନଙ୍କର ଏକ ବିଶ୍ଲେଷଣାତ୍ମକ ତଥ୍ୟ ପ୍ରଦାନ କରିବାକୁ  ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଜିଲ୍ଳା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆସ ସ୍କୁଲ ଯିବା – ୨୦୨୫ କାର୍ଯ୍ୟକ୍ରମ ନିମନ୍ତେ ଶିକ୍ଷକ ଅବିଭାବକ ବୈଠକ, ପଦଯାତ୍ରା, ଶିକ୍ଷା ସଭା ଆଦି ଆୟୋଜନ କରଯାଇ ସ୍କୁଲ ବାହାରେ ଥିବା ପିଲାମାନଙ୍କୁ ଚିହ୍ନଟ କରିବା ସହ ମୁଖ୍ୟ ଶିକ୍ଷା ସ୍ରୋତକୁ ଆଣି ସ୍ବାବଲମ୍ବୀ କରିବା ନିମନ୍ତେ ଗୁରୁତ୍ଵ ଆରୋପ କରାଯାଇଥିଲା ।

ଭିନ୍ନକ୍ଷମ ପିଲା ମାନଙ୍କ ହୋମ ବେସଡ ଶିକ୍ଷା, ୧୫ ରୁ ୧୮ ବର୍ଷ ପିଲାମାନଙ୍କ ନିମନ୍ତେ ଉପଯୁକ୍ତ ବୈଷୟିକ ଶିକ୍ଷା ପ୍ରଦାନ ପଦକ୍ଷେପ ନେବାପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏଡ଼ିଇଓ ଶ୍ରୀ ସୁଶାନ୍ତ ମହାନ୍ତି, ତଥ୍ୟ ସଂଯୋଜକ ଶ୍ରୀ ଚନ୍ଦ୍ରଜିତ ପରିଜା ଆବଶ୍ୟକୀୟ ତଥ୍ୟ ପ୍ରଦର୍ଶନ କରିଥିଲେ ।  ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ଜିଲ୍ଲା ଶ୍ରମ ନିଯୋଜନ ଅଧିକାରୀ, ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ଶିଶୁ ସୁରକ୍ଷା ଅଧିକାରୀ, ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, DSWO, ବୈଷୟିକ ଶିକ୍ଷା ଅନୁଷ୍ଠାନର ଅଧିକାରୀ, CDMOଙ୍କ ଅଫିସର ଅଧିକାରୀ, ଜିଲ୍ଲା ଶ୍ରମଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। । ପରିଶେଷରେ ଜିଲ୍ଳା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *