କଟକ ସଦର,୦୭/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପ୍ରଶାସନ ଜନସାଧାରଣ ଙ୍କର ନିକଟତର ହୋଇ କାର୍ୟ୍ୟ କରିବାକୁ ସରକାର ଡିଣ୍ଡିମ ପିଟୁଥିବା ବେଳେ କିଶନନଗର ତହସିଲରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଇଂରେଜ ଅମଳର ସେହି ଆଦଵକାଇଦା ଏଠାରେ ପରିବର୍ତନ ହୋଇନଥିବାରୁ ଜନସାଧାରଣ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ତହସିଲଦାର ମଞ୍ଚ ଉପରେ ଵସିରହି ଲୋକଙ୍କ ସମସ୍ୟା କୁ ଶୁଣୁଥିଲା ବେଳେ ଲୋକମାନେ ମଞ୍ଚ ତଳେ ହାତଯୋଡି ଠିଆ ହୋଇ ସମସ୍ୟା ଜଣାଉଥିବା ଜଣାପଡିଛି। ବରିଷ୍ଠ ନାଗରିକ, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ଜନପ୍ରତିନିଧି ମାନେ ସୈ।ଜନ୍ୟତା ଦୃଷ୍ଟିରୁ ସାମାନ୍ୟତମ ବସିବା ର ସୁଯୋଗ ପାଉନଥିବା ରୁ ସେମାନଙ୍କ ମନରେ ଗଭୀର ରେଖାପାତ ହେଉଛି। ଏହି ଗଡ଼ଜାତ ମାନସିକତା ର ପରିଵର୍ତନ କରି ତହସିଲଦାର ଲୋକଙ୍କ ନିକଟତର ହେବା ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
କୋର୍ଟ କାର୍ଯ୍ୟ ବ୍ୟତିତ ଅନ୍ୟ ସମୟରେ ଜନସାଧାରଣଙ୍କ ସହିତ ସୈ।ଜନ୍ୟତା ପ୍ରଦର୍ଶନ କରାଯିବା ଦ୍ୱାରା ଜନସାଧାରଣ ଓ ପ୍ରଶାସନ ମଧ୍ୟରେ ସୁସମ୍ପର୍କ ରହିପାରିବ ବୋଲି ମତ ପ୍ରକାଶ ପାଇଛି ।
