ବିଜୟ ମହାପାତ୍ର ଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର ଆୟୋଜିତ 

ଶୁଭେଛୁ ମାନେ ୧୬୭ୟୁନିଟ ରକ୍ତ ଦାନ କଲେ
ପାଟକୁରା ୨୪/୦୯/୨୦୨୫ (ଓଡିଶା ସମାଚାର)- ବରିଷ୍ଠ ରାଜନେତା ପୂର୍ବତନ ମନ୍ତ୍ରୀ, ଓ ପାଟକୁରାର ପୂର୍ବତନ ବିଧାୟକ ବିଜୟ ମହାପାତ୍ରଙ୍କ ଆଜି ଜନ୍ମ ଦିନରେ ତାଙ୍କ ଶୁଭେଛୁ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ଜନ୍ମ ସ୍ଥାନ ପାଟକୁରା ନିର୍ବାଚନ ମଣ୍ଡଳୀର ତଳକୁସୁମା ବାସଭବନ ପରିସରରେ ଏକ ରକ୍ତ ଦାନ ଶିବିରର ଆୟୋଜନ କରିଥିଲେ ।

ଏହି ଅବସରରେ ପୂଜ୍ୟ ପୂଜକ ବାବା ବଳିଆଙ୍କ ପଟ୍ଟଶିଷ୍ୟ ବାବାଜୀ ଶ୍ରୀବାସ ଦାସ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହିତ କେକ୍ କାଟି ଉତ୍ସବର ଉଦଘାଟନ କରିଥିଲେ । ସେହିପରି ଆୟୋଜିତ ରକ୍ତ ଦାନ ଶିବିରକୁ କେନ୍ଦ୍ରାପଡା ଜିଲ୍ଲାର ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାକ୍ତର ମନୋରଞ୍ଜନ ରାଉତ ଉଦଘାଟନ କରିଥିଲେ ।

ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାକ୍ତର ନିରଞ୍ଜନ କର, ପାଟକୁରା ବିଧାୟକଙ୍କ ପ୍ରତିନିଧି କ୍ଷିତୀଶ ଚନ୍ଦ୍ର ଦାଶ, ଗରଦପୁର ବ୍ଳକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ସେଠାରେ ଉପସ୍ଥିତଥିଲେ । ବିଜୟ ମହାପାତ୍ରଙ୍କ ଶୁଭେଛୁ ମାନେ୧୬୭ ୟୁନିଟ ରକ୍ତ ଦାନ କରିଥିଲେ । ନବଘନ ନାୟକ,ଶାଶ୍ୱତ ବିଶ୍ୱାଳ, ଆନନ୍ଦ ମହାପାତ୍ର ଓ ହିମାଂଶୁ ଦାଶ ପ୍ରମୁଖ କାର୍ୟ୍ୟକ୍ରମକୁ ସଂଚାଳନ କରିଥିଲେ ।

ପୁର୍ବତନ ବ୍ଳକ ଅଧକ୍ଷ ବାସୁଦେବ ବେହେରା,ପୂର୍ବତନ ବ୍ଳକ ଅଧ୍ୟକ୍ଷ ଦିଲ୍ଲୀପ ସାହୁ,ପୂର୍ବତନ ସରପଞ୍ଚ ଅଜୟ ଦାଶ,ରଞ୍ଜନ ନାୟକ, ରାଧାକାନ୍ତ ଜେନା,ପୂର୍ବତନ ସରପଞ୍ଚ ଅନୁଜ ମହାନ୍ତି, ବିପ୍ଳବ ଜେନା,ବିଜେଡି ନେତା ଅବନୀ ମହାପାତ୍ର,ବିଜେଡିଯୁବ ନେତା କ୍ଷୀରୋଦ ମହାନ୍ତି, ପୂର୍ବତନ ସରପଞ୍ଚ ଅଶୋକ ଜେନା,ପୂର୍ବତନ ସରପଞ୍ଚ ଗୋଲେଖ ସ୍ୱାଇଁ,ପୂର୍ବତନ ସରପଞ୍ଚ ପ୍ରତିନିଧି ମଲ୍ଲିକ,ବିଜେଡି ବିଜେଡି ଯୁବନେତା ରାକେଶ ମହାପାତ୍ର, ପୂର୍ବତନ ବ୍ଳକ ଉପାଧ୍ୟକ୍ଷା ଅହଲ୍ୟା ଲେଙ୍କା, ସେକ ମନୁ,ସରପଞ୍ଚ ଅମୀୟ ରଞ୍ଜନ ନାୟକ, ଅରୁଣ ପଟନାୟକ, ସମିତି ସଭ୍ୟ ବ୍ରଜକିଶୋର ସାହୁ, ସୁଧୀର ସାମଲ, ଭାଗବତ ସ୍ୱାଇଁ,ବନିତା ଜେନା, ମନୋରଞ୍ଜନ ଉପାଧ୍ୟାୟ, ସୁନାକାର ବିଶ୍ୱାଳ, ସମାଜ ସେବୀ ପ୍ରତାପ ସ୍ୱାଇଁ, କିଶୋର ମହାପାତ୍ର, ଦିଲ୍ଲୀପ ମହାପାତ୍ରଙ୍କ ସମେତ ଅନେକ ଶୁଭେଛୁ ରକ୍ତ ଦାନ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଅବସରରେ ପାଟକୁରା ମେଡ଼ିକାଲ ରେ ୫୦ ଜଣ ରୋଗୀଙ୍କୁ ଫଳ ବଂଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *