ଉଠା-ଜଳସେଚନ ନିଗମ ଅଧ୍ୟକ୍ଷଙ୍କ ମା’ ଶ୍ୟାମାକାଳୀ ପୂଜାମଣ୍ଡପ ଦର୍ଶନ  

ଗରଦପୁର, ୨୦/୧୧/୨୦୨୩ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ନୂଆପଡା ଠାରେ ମା’ଶ୍ୟାମାକାଳୀଙ୍କ ପୂଜାର୍ଚ୍ଚନା ସପ୍ତାହ ବ୍ୟାପି ଅନୁଷ୍ଠିତ କରାଯାଇ ଥିବାବେଳେ, ବିଭିନ୍ନ ଦିବସର ସନ୍ଧ୍ୟାରେ ଭଜନ,କିର୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା । ପୂଜା ମଣ୍ଡପ ନିକଟରେ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପହଂଚି ମା’ ଶ୍ୟାମାକାଳୀଙ୍କ ଦର୍ଶନ କରି ଆର୍ଶିବାଦ କାମନା କରିଥିଲେ । ଗତକାଲି ସନ୍ଧ୍ୟାରେ ରାଜ୍ୟ ଉଠା-ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ  ନୂଆପଡା  ଠାରେ ମା’ ଶ୍ୟାମାକଳୀଙ୍କ ପୂଜାମଣ୍ଡପ ନିକଟରେ ପହଂଚି ମା’ ଶ୍ୟାମାକାଳୀଙ୍କ ଦର୍ଶନ କରି ଆର୍ଶିବାଦ କାମନା କରିବା ସହିତ ପୂଜା କମିଟି ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ଅଧ୍ୟଶ୍ରୀ ଶ୍ରୀ ପତ୍ରୀଙ୍କୁ  ବେଡାରୀ ନିକଟରୁ ଏକ ବାଇକ୍ ପଟୁଆରରେ ଶତାଧିକ ଶୁଭେଛୁମାନେ ପୂଜାମଣ୍ଡପ ନିକଟକୁ ପାଛୋଟି ନେଇଥିଲେ ।

Leave a Reply

Your email address will not be published. Required fields are marked *