ଯାଜପୁର,୨୪/୦୯/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଜିଳ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅନୁମତି ପ୍ରଦାନ ମତେ ଆଜି ତା ୨୪.୦୯.୨୦୨୫ ରିଖ ଯାଜପୁର ଜିଲ୍ଲା ଶ୍ରମ କାର୍ୟ୍ୟାଳୟ ରେ ଯାଜପୁର ରେଞ୍ଜ ଯୁଗ୍ମ ଶ୍ରମ କମିଶନର ଶ୍ରୀ ଶିବ ଶଙ୍କର ମିଶ୍ର, ପ୍ରଭାଗୀୟ ଶ୍ରମ କମିଶନର ଶ୍ରୀ ସତ୍ୟ ନାରାୟଣ ଆଚାର୍ୟ୍ୟ, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁଧୀର କୁମାର ସାହୁ ଙ୍କ ଉପସ୍ଥିତିରେ ଓଡିଶା କୋଠାବାଡି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ଦୁଇ କୋଟି ସତର ଲକ୍ଷ ତେତିଶ ହଜାର ଚାରି ଶହ (୨,୧୭,୩୩,୪୦୦/-)ଟଙ୍କାର ଅର୍ଥ ରାଶି ୬୮୧ ଜଣ ଶ୍ରମିକ ଙ୍କୁ ଡମି ଚେକ ମାଧ୍ୟମରେ ପ୍ରଦାନ କରିଥିଲେ ।
ଓଡିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ତରଫରୁ ଦୁଇ(୨) ଜଣ ମୃତ ହିତାଧିକାରୀଙ୍କ ମନୋନିତ ବ୍ୟକ୍ତିଙ୍କୁ ଚାରି ଲକ୍ଷ(୪,୦୦,୦୦୦/-) ଟଙ୍କାର ସହାୟତା ରାଶି ସିଧା ଶ୍ରମିକ ମାନଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ଶ୍ରମ କାର୍ୟ୍ୟାଳୟ ତରଫରୁ ପ୍ରକାଶ । ଆଜିର ଏହି ସହାୟତା ବଣ୍ଟନ କାର୍ୟ୍ୟକ୍ରମରେ ଶିକ୍ଷା ସହାୟତା ବାବଦରେ ୪୫୨ ଜଣଙ୍କୁ ୩୯,୭୩,୪୦୦/- ଟଙ୍କା, ବିବାହ କାଳୀନ ସହାୟତା ବାବଦରେ ୧୪୧ ଜଣଙ୍କୁ ୬୯,୫୦,୦୦୦/- ଟଙ୍କା, ପ୍ରସୂତୀ କାଳୀନ ସହାୟତା ବାବଦରେ ୧୩ ଜଣଙ୍କୁ ୧,୩୦,୦୦୦/- ଟଙ୍କା, ମୃତ୍ୟୁ କାଳୀନ ସହାୟତା ବାବଦରେ ୩୯ ଜଣ ନୋମିନି ଙ୍କୁ ୧,୦୫,୦୦,୦୦୦/- ଟଙ୍କା ଏବଂ ଅନ୍ତେଷ୍ଟିକ୍ରିୟା ସହାୟତା ରାଶି ବାବଦରେ ୩୬ ଜଣ ନୋମିନି ଙ୍କୁ ୧,୮୦,୦୦୦/- ଟଙ୍କା ପ୍ରଦାନ କରାଯାଇଥିଲା ।
