ବୌଦ୍ଧ,୧୬/୦୫/୨୦୨୬ (ଓଡ଼ିଶା ସମାଚାର)- ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ସଦଭାବନା ସଭା ଗୃହରେ କାର୍ଯ୍ୟ କ୍ଷେତ୍ରରେ ମହିଳା ନିର୍ଯାତନା ରୋକିବା ପାଇଁ ଅନ୍ ଲାଇନ ଅଭିଯୋଗ ସିଷ୍ଟମ୍ ଶି ବକ୍ସ ପୋର୍ଟାଲ ଉପରେ ଜିଲାସ୍ତରୀୟ କର୍ମଶାଳା ତଥା ପ୍ରଶିକ୍ଷଣ ସଭା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଆଇସି/ଏଲସି ନୋଡାଲ ଅଫିସରଙ୍କ ଭୂମିକା ବିଷୟରେ ସବିଶେଷ ସୂଚନା ପ୍ରଦାନ କରା ଯାଇଥିଲା । ଶି ବକ୍ସ ପୋର୍ଟାଲରେ କିଭଳି ଭାବେ ଅଭିଯୋଗ ଦାଖଲ କରାଯିବ, ଅଭିଯୋଗ ମିଳିଲା ପରେ ନୋଡାଲ ଅଫିସରଙ୍କ ଭୂମିକା କ’ଣ ରହିବା , ତାହା ଉପରେ ସାରଦା ପ୍ରସନ୍ନ ସାହୁ,ଆର୍ଥିକ ସାକ୍ଷରତା(ହବ୍) , କମ୍ପ୍ୟୁଟରରେ ମାମଲା ଦାୟର କରି ଦେଖେଇଥିଲେ ।
ଏହି କର୍ମଶାଳାରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଜିଲା ସମାଜ ମଙ୍ଗଳ ଅଧିକାରୀ ସାଗରିକା ଦତ ,ଜିଲା ସୁରକ୍ଷା ଅଧିକାରୀ ସନ୍ତୋଷନୀ ଭୋଇ, ଜିଲା ଉପଖଣ୍ଡ ପରିଯୋଜନା ଅଧିକାରୀ ଗୀତାଞ୍ଜଳି ଦଲାଲ,ଜିଲା ମଙ୍ଗଳ ଅଧିକାରୀ, ଶିଶୁ ବିକାଶ ଅଧିକାରୀ , ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଜିଲାସ୍ତରୀୟ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ସଭାରେ ଯୋଗ ଦେଇଥିଲେ । କର୍ମଶାଳାରେ ଜିଲାର ବିଭିନ୍ନ କାର୍ଯ୍ୟାଳୟର ମହିଳା ଅଧିକାରୀ, କର୍ମଚାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର ମହିଳା କର୍ମକର୍ତା ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଆୟୋଜକ ଜିଲା ମଙ୍ଗଳ ଅଧିକାରୀ ସାଗରିକା ଦତ ଏବଂ ଜିଲା ହବ୍ ସଂଯୋଜକ ସୁଜାତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।
