କଟକ ସଦର,୧୭/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ମହାନଦୀ ସେତୁ ନିକଟରେ ଥିବା ପ୍ରବାଦ ପୁରୁଷ, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ଆଜି ଶୁକ୍ରବାର ଦିନ ତାଙ୍କର ୨୯ ତମ ମହାପ୍ରୟାଣ ଦିବସ ଭାବାବେଗ ପରିବେଶରେ ପାଳିତ ହୋଇଯାଇଛି।
ଏଥିରେ କଟକ ସଦର ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ, ପୂର୍ବତନ ରାଜ୍ୟ ଯୁବ ବିଜେଡି ଉପସଭାପତି ସତ୍ୟ ଜେନା ଙ୍କ ସମେତ ଭବାନୀ ଶଙ୍କର ରାୟ, ସୁରେଶ ଚନ୍ଦ୍ର ବିଶୋଇ,ଗଗନ ବିହାରୀ ମହାପାତ୍ର, ସୁଧାକର ଖଟାଇ, ଶିବ ନାୟକ, ଵିଜୟ କୁମାର ବିଷୋୟୀ, ଧର୍ମେନ୍ଦ୍ର ସାହୁ, ଵିଜୟ ମଲ୍ଲିକ ପ୍ରମୁଖ ବହୁ ବିଜୁ ପ୍ରେମୀ ଯୋଗ ଦେଇ ଵିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଧାସୁମନ ଅର୍ପଣ କରିବା ସହିତ ତାଙ୍କର ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି ଅବସରରେ ପ୍ରତ୍ୟୁଷରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ ଵିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିବା ଜଣାଯାଇଛି।
ସେହିପରି କନ୍ଦରପୁର ଅଥଙ୍ଗା ବିଜୁ ସେତୁ ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ କଟକ ସଦରର ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା ଓ ଅନ୍ୟମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
