ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ପାରାଲିଗାଲ୍ ଭଲେଣ୍ଟିୟର ମାନଙ୍କ ପ୍ରଶିକ୍ଷଣ

ଯାଜପୁର,୨୪/୦୯/୨୦୨୫ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଏବଂ ଇଣ୍ଟରନେସନାଲ ଜଷ୍ଟିସ ମିଶନ ର ମିଳିତ ସ‌ହ‌ଯୋଗରେ କାର୍ଯ୍ୟକ୍ରମ ପାରାଲିଗାଲ୍ ଭଲେଣ୍ଟିୟର ମାନଙ୍କ ପାଇଁ ଏକଦିବସୀୟ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା । ଏହାକୁ ଉଦ୍ଘାଟନ କରି ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣ ଅଧ୍ଯକ୍ଷ ଅମୃତ ରଞ୍ଜନ ନନ୍ଦ ଜନସାଧାରଣ ଓ ଆଇନ ସେବା ଅନୁଷ୍ଠାନ ସହିତ ପାରାଲିଗାଲ୍ ସ୍ଵେଚ୍ଛାସେବୀ ମାନେ ନ୍ୟାୟିକ ମଧ୍ୟବର୍ତ୍ତୀ ପ୍ରତିନିଧି ବା ସଂଯୋଗ ସରଣୀ ।

ସମାଜର ସର୍ବନିମ୍ନ ସ୍ତରରେ ରହୁଥ‌ିବା ସରଳ ସାଧାରଣ ଜନଗଣ ଙ୍କ ସାମ୍ବିଧାନିକ ଅଧିକାର ନେଇ ସେମାନଙ୍କୁ ସଚେତନ କରାଇବା ସହ ବିନାମୂଲ୍ୟ ରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଆଇନ ସେବା ଯୋଗାଇ ଦେବାରେ ସହ‌ଯୋଗ କରନ୍ତି ବୋଲି କହିବା ସହ ପିଏଲଭି ମାନେ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ପ୍ରଶିକ୍ଷକ ଭାବେ ପ୍ରାଧିକରଣ ର ପ୍ରାକ୍ତନ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ଼ ରୁଦ୍ରନାରାୟଣ ପୃଷ୍ଟି, ଜିଲ୍ଲା ଶ୍ରମ ଅଧିକାରୀ ସୁଧୀର ସାହୁ, ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ଆଇଜେମ୍ ର ଥଇଥାନ ପରିଚାଳକ ଆଶିଷ କୁମାର ଦୀପ୍, ବିରଜା ଆଇନ ମହାବିଦ୍ୟାଳୟ ଅଧ୍ୟାପିକା ମହେଶ୍ୱେତା ଉପାଧ୍ୟାୟ ଯୋଗଦେଇ ପିଏଲଭି ମାନଙ୍କ ଭୂମିକା, ଦାୟିତ୍ଵ ଓ ମହକିଲା ଉପଭୋକ୍ତା ପରାମର୍ଶ, ଶ୍ରମ ଆଇନ୍, ଶିଶୁ ଶ୍ରମିକ ଉଚ୍ଛେଦ୍ ଆଇନ ୧୯୮୬, ଶିଶୁ ଅଧିକାର, ଶିଶୁ କିଶୋର ନ୍ୟାୟ ଆଇନ ୨୦୧୫, ମାନବ ଚାଲାଣ ଓ ଗୋତି ଶ୍ରମିକ,ଵେସିକ୍ କ୍ରିମନାଲ୍ ଆଣ୍ଡ ପିଡବ୍ଲ୍ୟୁଡିଭି ଏବଂ ଲ ରିଲେଟିଙ୍ଗ ଫ୍ୟାମିଲି ବିଷୟ ରେ ପ୍ରଶିକ୍ଷଣ ଦେଇଥିଲେ ।

ପ୍ରାଧିକରଣ ସଚିବ ଲିପା ମହାନ୍ତି ପ୍ରଶିକ୍ଷଣ ପରିଚାଳନା କରିବା ସହିତ ଆଇନ୍ ସେବା ପ୍ରାଧିକରଣ ଆଇନ୍ ସମ୍ବନ୍ଧ ରେ ଆଲୋକପାତ କରିଥିଲେ। ପ୍ରଶିକ୍ଷାର୍ଥୀ ଭାବେ ୫୮ ଜଣ ପିଏଲଭି ଅଂଶ ଗ୍ରହଣ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣ ଓ ଜିଲ୍ଲା ପରିଷଦ କର୍ମଚାରୀ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *