ମାହାଙ୍ଗା,୨୮/୦୫/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ଭଦ୍ରେଶ୍ଵର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ୮ ଜଣ ପରିବାର ସଦସ୍ୟ । ହାତରେ ପେଟ୍ରୋଲ ଦିଆସିଲି ଓ ଦଉଡ଼ି ଧରି ଥାନାକୁ ଆସି ଆତ୍ମହତ୍ୟା କରିବା ପୂର୍ବରୁ ପୋଲିସ ଜବତ କରିଛି ଏ ସବୁ ଜିନିଷ । ମହିଳା ମାନେ କହୁଛନ୍ତି କି ନ୍ୟାୟ ନମିଳିଲେ ମହିଳା ମାନେ ପିନ୍ଧା ଶାଢ଼ୀ ରେ ଆତ୍ମହତ୍ୟା କରିବେ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରେଶ୍ୱର ଥାନା ଶାହା ନିଆଜପୁର ଗ୍ରାମରେ ।

ଶାହାନିଆଜପୁର ଗ୍ରାମର ରଘୁନାଥ ସୂତାର ଘରକୁ ପଡ଼ୋଶୀ ମଦନ ମୋହନ ସୂତାର ବାରମ୍ବାର ଘର ନକରିବାକୁ ଧମକ ଦେଉଥିବା ନେଇ ଏତଲା ଦେଇଥିଲେ ରଘୁନାଥ ସୂତାର । ଏପରିକି ଏହି ଘଟଣା କେବଳ ଥାନାରେ ସୀମିତ ହୋଇ ରହିନାହିଁ ବରଂ କୋର୍ଟ ରେ ମଧ୍ୟ କେସ ହୋଇଛି । ତେବେ ବାରମ୍ବାର ଘର ନିର୍ମାଣ କରିବାକୁ ଚେଷ୍ଟା କରିବାରୁ ବନ୍ଦ କରିଛନ୍ତି ପୋଲିସ ଓ ବିପକ୍ଷ ପାର୍ଟି ମଦନ ମୋହନ ସୂତାର । ଶେଷରେ ବୁଧବାର ପୁଣି ଭଦ୍ରେଶ୍ୱର ଥାନାରେ ଏତଲା ଦେବା ସହ ପେଟ୍ରୋଲ ଓ ଦଉଡ଼ି ଧରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବାରୁ ପୋଲିସ ନିଷ୍ଫଳ କରିଛି । ଅନ୍ୟପଟେ ଯଦି ତୁରନ୍ତ କିଛି ସମାଧାନ ସହ ନ୍ୟାୟ ନ ମିଳେ ତାହାହେଲେ ରଘୁନାଥ ଙ୍କ ୮ ପରିବାର ଲୋକେ ଥାନା ସମୁଖରେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ।
