ଓକାକ ପକ୍ଷରୁ ରାଜ୍ୟସ୍ତରୀୟଏଆଇ, ଆଇଓଟି ଓ ରୋବଟିକ୍ସ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ; କୃତିମ ବୁଦ୍ଧିମତା ଓ ସାଇବର ସୁରକ୍ଷାରେ ଦକ୍ଷହେବେ ଓଡ଼ିଶାର ଛାତ୍ରଛାତ୍ରୀ

ଭୁବନେଶ୍ୱର,୦୬/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ଵର ସ୍ଥିତ ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅଧିନସ୍ଥ ଓକାକ୍ ତରଫରୁ ସରକାରୀ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ କୃତିମ ବୁଦ୍ଧିମତା, ଆଇଓଟି , ରୋବଟିକ୍ସ, ତଥା ସାଇବର ସିକୁରିଟି ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ରାଜ୍ୟସ୍ତରୀୟ ଶୁଭ ଉଦ୍ଘାଟନ ଆୟୋଜିତ ହୋଇଛି।ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ, ଓଡ଼ିଶା ଯୋଗ ଦେଇଥିଲେ |

ଏତତ୍ ବ୍ୟତୀତ ସମ୍ମାନିତ ଅତିଥି ଭାବେ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ମନ୍ତ୍ରୀ, ସ୍କୁଲ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ମଧ୍ୟ ଉପସ୍ଥିତ ରହିଥିଲେ। ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ତାଙ୍କ ଉଦ୍‌ଘାଟନ ଭାଷଣରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ତଥା କୃତିମ ବୁଦ୍ଧିମତା, ଆଇଓଟି , ରୋବଟିକ୍ସ, ତଥା ସାଇବର ସିକୁରିଟିର ଉପଯୋଗୀତା ବିଷୟରେ ବକ୍ତ୍ୟବ ରଖିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ କୃତିମ ବୁଦ୍ଧିମତାକୁ କିପରି ନିଜର ପାଠ ପଢ଼ା ତଥା ଭବିଷ୍ୟତ ଗଠନରେ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ ।

ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ତାଙ୍କ ବକ୍ତ୍ୟବରେ କୃତିମ ବୁଦ୍ଧିମତାର ଉପାଦେୟତା ଉପରେ ମତ ରଖିଥିଲେ । ଶ୍ରୀ ବିଶାଳ କୁମାର ଦେବ ପ୍ରମୁଖ ଶାସନ ସଚିବ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ: ବିଦ୍ୟାର୍ଥୀ  ମାନଙ୍କୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳକୁ ବ୍ୟବହାର କରି ଏକ ନୂତନ ଜୀବନ ଗଠନ ପାଇଁ ପରାମର୍ଶ ଦେଇଥିଲେ । ଡ଼ଃ ପ୍ରଦୀପ କୁମାର ରାଉତ, , ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଓକାକ ନୂତନ ବୈଷୟିକ କୌଶଳକୁ ବ୍ୟବହାର କରି ନିଯୁକ୍ତି ଖୋଜିବା ବଦଳରେ ନିଜକୁ ନିଯୁକ୍ତି ଦାତା ଭାବରେ  ପ୍ରତିଷ୍ଠାପିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିର ପ୍ରଥମ ପର୍ଯ୍ୟରେ ୧୦୦ ଟି ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆୟୋଜିତ ହେବ ଯାହାଦ୍ୱାରା ୧୨୦୦୦ ଛାତ୍ରଛାତ୍ରୀ ଉପକୃତ ହେବେ ।

ପରବର୍ତୀ ପର୍ଯ୍ୟରେ ଏହି ପ୍ରଶିକ୍ଷଣ ରାଜ୍ୟର ସମସ୍ତ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସମସ୍ତ ଆଦର୍ଶ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଆୟୋଜିତ ହେବ ଏବଂ ଏହି କାର୍ଯ୍ୟକ୍ରମକୁ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ) ଓ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପୃଷ୍ଠପୋଷକତା ରେ ଓଡିଶା ନଲେଜ କର୍ପୋରେସନ ଲିଃ ଦ୍ୱାରା କାର୍ଯ୍ୟାନ୍ୱୟନ କରାଯିବ । ଶ୍ରୀମତୀ ସ୍ମିତା ରାଉତ ତାଙ୍କର ଭାଷଣରେ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅପର୍ଣ କରିଥିଲେ । ଉକ୍ତ ବିଦ୍ୟାଳୟର ଅଧଃକ୍ଷ ଡ଼ ତନୁଜ କୁମାର ନାୟକ ଉପସ୍ଥିତ ଥିଲେ । ଶେଷରେ ଓଡ଼ିଶାନଲେଜକର୍ପୋରେସନ୍ ଲିମିଟେଡ୍ ମୁଖ୍ୟ ପରିଚାଳନା ନିର୍ଦେଶକ ଡ଼ମନୋରଞ୍ଜନ ପୁଥାଲ୍ ସମସ୍ତ ଅତିଥିଙ୍କୁ ପଦର୍ଶିତ ଅତ୍ୟାଧୁନିକ ଜ୍ଞାନକୌଶଳକୁ ପ୍ରଦର୍ଶନ କରାଇଥିଲେ ।

Leave a Reply

Your email address will not be published. Required fields are marked *