ଅଭାବୀ ୟୁରିଆ ସାର ବଣ୍ଟନକୁ ନେଇ ଵିସ୍ପୋରକ ପରିସ୍ଥିତି

କନ୍ଦରପୁର କୃଷକ ସେଵା ସମବାୟ ସମିତି ଗୋଦାମ ଘରକୁ ଚାବି ପକାଇଲେ ଚାଷୀ

କଟକ ସଦର, ୨୭/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ୟୁରିଆ ସାର ମହଯୁଦ ଥିବା ସରକାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ତଳ ସ୍ତରରେ ଚାଷୀମାନେ କେଉଁ ଭଳି ଭାବେ ହିନସ୍ଥା ଭୋଗୁଛନ୍ତି ତାହା ଉପରେ କାହାର ଯେପରି ନଜର ପଡୁନଥିଵା ଅଭିଯୋଗ ହେଉଛି। ବର୍ତମାନ ଥୋଡ ସମୟରେ ୟୁରିଆ ସାରର ଯଥେଷ୍ଟ ଆବଶ୍ୟକତା ଥିବା ବେଳେ ସାର ମିଳୁନଥିବାରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି।

ଏଭଳି ପରିସ୍ଥିତିରେ ଆଜି ଶନିବାର ଦିନ କନ୍ଦରପୁର କୃଷକ ସେଵା ସମବାୟ ସମିତିକୁ ୬ ଗୋଟି ପଞ୍ଚାୟତର ଶତାଧିକ ଚାଷୀ ମାନଙ୍କ ପାଇଁ ସମୁଦ୍ର କୁ ଶଂଖେ ଭଳି ମାତ୍ର ୨୨୨ ଵସ୍ତା ସାର ୨୬୭ ଟଙ୍କାରେ ବିକ୍ରି ହେବାକୁ ଆସିଥିବା ବେଳେ ସେଠାରେ ବିସ୍ପୋରକ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି।

ଏଥିପାଇଁ ଆହୁରି ଆବଶ୍ୟକ ସାର ଆଣି ସମସ୍ତ ଙ୍କୁ ସମାନ ଭାବରେ ବିକ୍ରି କରିବା ପର୍ଯ୍ୟନ୍ତ ସାର ଗୋଦାମକୁ ଚାଷୀ ମାନେ ଚାବି ପକାଇ ରଖିଥିବା ଜଣାପଡିଛି। ସେଥିରେ କେତେକ ତଥାକଥିତ ରାଜନୈତିକ କୁଜି ନେତା ସାରର ଅଭାଵୀ ସମୟରେ ଫାଇଦା ଉଠାଇବାକୁ ଉଦ୍ୟମ କରୁଥିବା କୁ ନେଇ ଅସନ୍ତୋଷ ଦେଖାଦେଇଛି। ସରକାର ତୁରନ୍ତ ଚାଷୀମାନଙ୍କ ହିତ ଦୃଷ୍ଟିରୁ ଅଭାଵୀ ସାର ସମସ୍ୟା ଦୂର କରିବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *