ବିଲହାଟ,୨୭/୧୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଓ କଟକ ଜିଲାର କେନ୍ଦ୍ର ସ୍ଥଳରେ ଅବସ୍ଥିତ ବିଲହାଟ ଏକ ବ୍ୟବସାୟୀକ ପେଣ୍ଠସ୍ଥଳ । ଏହି ବ୍ୟବସାୟ କେନ୍ଦ୍ରରେ ପ୍ରାୟ ଦୁଇ ଶହ ରୁ ଅଧିକ ଦୋକାନ ବଜାର ରହିଛି । ବ୍ୟବସାୟୀ ଓ ଖାଉଟୀ ମାନଙ୍କ ସୁବିଧା ପାଇଁ ଆଜି ବିଲହାଟ ବଜାର କମିଟି ଗଠନ କରାଯାଇଛି । ତେଣ୍ଡାକୁଡ଼ା ପଂଚାୟତର ପୂର୍ବତନ ସରପଂଚ ରବିନ୍ଦ୍ରନାଥ ମହାନ୍ତି ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ।
ନିଶ୍ଚିନ୍ତକୋଇଲି ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର ନାଥ ବାରିକ, ମଣିଜଙ୍ଗ ପଂଚାୟତର ପୂର୍ବତନ ସରପଂଚ କୈଳାଶ ଚନ୍ଦ୍ର ସାହୁ, ମହମ୍ମଦପୁର ପଂଚାୟତର ପୂର୍ବତନ ସରପଂଚ ଶାରଦା ପ୍ରସାଦ ନାୟକ, ମହମ୍ମଦପୁର ପଂଚାୟତର ପୂର୍ବତନ ସରପଂଚ ତଥା ବର୍ତମାନ ସରପଂଚ ଙ୍କ ପ୍ରତିନିଧି ସରୋଜ କୁମାର ବେଉରା, ଉତରକୂଳ ପଂଚାୟତର ସରପଂଚ ଙ୍କ ପ୍ରତିନିଧି ପ୍ରଦୀପ ବେହେରା, ବିଶିଷ୍ଟ ଶିଳ୍ପପତି ସୟଦ ନୁର ମହମ୍ମଦ, ମିର ଗୋଲାମ ଜିଲାନୀ, କାର୍ତିକ ଚନ୍ଦ୍ର ପୃଷ୍ଟି, ସୁବାସ ରାଉତ, ଚିତରଂଜନ ମହାନ୍ତି ଙ୍କ ସମେତ ବିଲହାଟ ବଜାରର ବ୍ୟବସାୟୀମାନେ ଉପସ୍ଥିତ ଥିଲେ ।
ବିଲହାଟ ବଜାର କମିଟି ଗଠନ କରାଯାଇ ମୋଟ୍ ୨୧ ଜଣ ଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିବାବେଳେ ୭ ଜଣ ଙ୍କୁ ନେଇ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି । ତେଣ୍ଡାକୁଡ଼ା ପଂଚାୟତର ପୂର୍ବତନ ସରପଂଚ ରବିନ୍ଦ୍ରନାଥ ମହାନ୍ତି ଙ୍କୁ ସଭାପତି ଚୟନ କରାଯାଇଥିବାବେଳେ ମିର ଗୋଲାମ ଜିଲାନୀ ଓ ସୁରେଶ କୁମାର ପଣ୍ଡାଙ୍କୁ ଉପସଭାପତି ଭାବେ ଚୟନ କରାଯାଇଛି । ସେହିପରି ସମ୍ପାଦକ ଭାବେ ରମେଶ ଚନ୍ଦ୍ର ସାହୁଙ୍କୁ ଚୟନ କରାଯାଇଥିବାବେଳେ ରୋଜାଇ ରସୁଲ ଙ୍କୁ ସହ ସମ୍ପାଦକ ଭାବେ ଓ ପବିତ୍ର କୁମାର ସାହୁ ଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି ।
ବିଲହାଟ ବଜାରରେ ଅଧିକ ଆଲୋକ ବ୍ୟବସ୍ଥା ଓ ଶୌଚାଳୟ ବ୍ୟସ୍ଥାନଥିବାରୁ ଶୌଚାଳୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଗାମୀ ମାର୍ଚ ମାସ ମଧ୍ୟରେ ବଜାରର ଆଲୋକ ବ୍ୟବସ୍ଥା ଓ ଶୌଚାଳୟ ନିର୍ମାଣ ବ୍ୟବସ୍ଥା କରିବାକୁ ମହମ୍ମଦପୁର ସରପଂଚ ଙ୍କ ପ୍ରତିନିଧି ସରୋଜ କୁମାର ବେଉରା ପ୍ରତିଶୃତି ଦେଇଥିଲେ ।
ବଜାର କମିଟିର ସଭାପତି ଭାବେ ଚୟନ ହେବା ପରେ ରବିନ୍ଦ୍ର ନାଥ ମହାନ୍ତି ତାଙ୍କ ଅଭିଭାଷଣରେ ବଜାର ର ଆଇନ ଶୃଙ୍ଖଳା ରକ୍ଷା ଦିଗରେ ସେ ସମସ୍ତ ବ୍ୟବସାୟୀଙ୍କ ସହଯୋଗ କାମନା କରିବା ସହିତ ବଜାର କମିଟି ପରିଚାଳନା ସମ୍ପର୍କରେ ବିସ୍ତୃତ ଭାବେ ବ୍ୟବସାୟୀ ମାନଙ୍କୁ ଅବଗତ କରାଇଥିଲେ । ସମସ୍ତ ଅତିଥି, ବଜାରର ପ୍ରତିଷ୍ଠିତ ବ୍ୟବସାୟୀ ଓ ସାମ୍ବାଦିକଙ୍କୁ ପୁଷ୍ପ ଗୁଛ ଓ ଉତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ମିର ଗୋଲାମ ଜିଲାନୀ ଧନ୍ୟବାଦ ଅର୍ପଣ କରିଥିଲେ ।
