ସନ୍ଥନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୩୭ତମ ବାର୍ଷିକ ଦିବସ ଅନୁଷ୍ଠିତ ।

ଯାଜପୁର, ୨୭/୦୧/୨୦୨୫ (ଓଡ଼ିଶା ସମାଚାର ସୁରେଶ କୁମାର କର )- ବରୀ ବ୍ଲକ ଅନ୍ତର୍ଗତ ବାଇଁଶିରିଆ ପଂଚାୟତ ସନ୍ଥନ  ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ୩୭ତମ ବାର୍ଷିକ ଦିବସ ଅନୁଷ୍ଠାନ ପରିସରରେ  ଅନୁଷ୍ଠିତ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମରେ  ବରୀ ବିଧାୟକ ଶ୍ରୀ ବିଶ୍ୱରଂଜନ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବାର୍ଷିକ ଦିବସକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥିଙ୍କ ଭାବେ ବରୀ ତହସିଲଦାର ଡକ୍ଟର ମାନସ ରଞ୍ଜନ ସ୍ବାଇଁ , ଶିକ୍ଷାବିତ ଓ ପରିବେଶବିତ ଡକ୍ଟର ଗିରୀଶ ବିହାରୀ  ମିଶ୍ର ,ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି ,  ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ସୁବାଷ  ବିଶ୍ବାଳ , ୬୬୨ ବର୍ଗ କଲେଜ ସଙ୍ଘ ଉପସଭାପତି କୈଳାସ ଚନ୍ଦ୍ର  ମହାପାତ୍ର ପ୍ରମୁଖ ଯୋଗ ଅନୁଷ୍ଠାନ ସମ୍ଭଧରେ ଆଲୋକପାତ କରିଥିଲେ ।

ପରେ ପରେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଧାୟକ ଶ୍ରୀ ମଲ୍ଲିକ ଟ୍ରଫି ଓ ସାର୍ଟିଫିକେଟ ଦେଇ ସେମାନଙ୍କ ଉଜ୍ଵଳ ଭବିଷ୍ୟତ କାମନା କରିଥିଲେ । ବିଦ୍ୟାଳୟ ର ସମସ୍ତ ଉନ୍ନତି ପ୍ରତି ସେ ନିଶ୍ଚୟ ଧ୍ୟାନ ଦେବେ ବୋଲି ନିଜ ଅଭିଭାଷଣରେ ପ୍ରତିଶୃତି ମଧ୍ୟ ଦେଇଥିଲେ । ସଭା କାର୍ଯ୍ୟକୁ  ବିଦ୍ୟାଳୟ ଅଧ୍ୟକ୍ଷ ବିଜୟ କୁମାର ଦାଶ ପରିଚାଳନା କରୁଥିବା ବେଳେ ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ ସଂଯୋଜନା କରିଥିଲେ । ଏହି ଅବସରରେ ବରୀ ବିଧାୟକ ଙ୍କୁ ଅନୁଷ୍ଠାନ ପକ୍ଷରୁ ନାଗରିକ ସମ୍ମାନରେ ମାନପତ୍ର ,ଉପଢୌକନ ଦିଆଯାଇ ସମ୍ମାନିତ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *