ନିଶାମୁକ୍ତ ଭାରତ ଗଠନ ସଂକଳ୍ପ ମାରାଥନରେ ଦୌଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨/୦୯/୨୦୨୫(ଓଡ଼ିଶା ସମାଚା/ଦୀପ୍ତିରଂଜନ କାନୁନଗୋ)- ନିଶାମୁକ୍ତ ଭାରତ ଗଠନ ସଂକଳ୍ପ ନେଇ ସାରା ଦେଶରେ ଗଣଦୌଡ । ରାଜଧାନୀ ଭୁବନେଶ୍ୱରରେ କ୍ରୀଡା ଓ ଯୁବସେବା ବିଭାଗ ସହ ବିଜେପି ଜନତା ଯୁବ ମୋର୍ଚ୍ଚା ଦ୍ୱାରା ନମୋ ଯୁବ ରନ ମାରାଥନ ଆୟୋଜନ କରାଯାଇଛି । କଳିଙ୍ଗ ଷ୍ଟାଡିୟମରୁ ଜନତା ମଇଦାନ ପର୍ଯ୍ୟନ୍ତ ଦୌଡ଼ିଲେ ୧୦ ହଜାର ଯୁବକ ଯୁବତୀ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି, କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଧାୟକ ବାବୁ ସିଂ, ସିଦ୍ଧାନ୍ତ ମହପାତ୍ର ଓ ଅନ୍ୟାନ୍ୟ ବରିଷ୍ଠ ନେତା ମାରାଥନ ଦୌଡ଼ିଥିଲେ ।

ଗଣଦୌଡ ପରେ ଚା ଦୋକାନ ଆଗରେ ବସି ଚାହା ପିଇଲେ । ଲୋକଙ୍କୁ ସହ କଥାବାର୍ତା ହୋଇ ନିଶା ନିବାରଣ ସଂପର୍କରେ ବୁଝାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ସେପ୍େଟମ୍ୱର ୧୭ରୁ ଅକ୍ଟୋବର ୨ତାରିଖ ଯାଏଁ ସରକାରଙ୍କ ପକ୍ଷରୁ ସେବାପକ୍ଷ ପାଳନ କରାଯାଉଛି । ଏହିକ୍ରମରେ ନିଶାମୁକ୍ତ ଭାରତ ଗଠନ ପରିକଳ୍ପନା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ମିନି ମାରାଥନ ଆୟୋଜିତ ହୋଇଯାଇଛି । ଦେବଗଡ଼ରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସଚେତନତା ଗଣଦୌଡ଼ ସହର ପରିକ୍ରମା କରିବା ପରେ ଇଣ୍ଡୋର ଷ୍ଟାଡିୟମ ଠାରେ ସମାପ୍ତ ହୋଇଥିଲା ।

ନବରଙ୍ଗପୁର ମୁ୍ୟନିସିପାଲଟିଠାରୁ ସ୍ଥାନୀୟ ମଣ୍ଡେଇ ପଡ଼ିଆ ଯାଏଁ ମିନି ମାରାଥନରେ ସାମିଲ ହୋଇଥିଲେ ଶହ ଶହ ଯୁବକ ଯୁବତୀ । ବାରିପଦା ଠାରେ ଜନସାଧାରଣଙ୍କ ମଧ୍ୟରେ ନିଶା ନିବାରଣ ସଚେତନତା ସୃଷ୍ଟି ନିମନ୍ତେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି । ସେହିପରି ଯାଜପୁରରେ ମଧ୍ୟ ଗଣଦୌଡ ଜରିଆରେ ଲୋକଙ୍କ ସେଚତନ କରାଯାଇଛି । ନିଶାମୁକ୍ତ ଭାରତ ଗଠନ ହେଲେ ଦେଶରେ ବିକାଶ ଆଗେଇଯିବ । ଯୁବପୀଢି ନିଶାଠୁ ଦୁରେଇ ରହିଲେ ଦେଶର ପ୍ରଗତି ସାରା ବିଶ୍ୱ ଦେଖିବ ।

Leave a Reply

Your email address will not be published. Required fields are marked *