ଭୁବନେଶ୍ୱର,୨୧/୦୯/୨୦୨୫ (ଓଡ଼ିଶା ସମାଚାର)- ପ୍ରଦୀପ ଜେନା ରାଜ୍ୟର ସବୁଠୁ ସଂଭ୍ରାନ୍ତ କ୍ଲବ ଭୁବନେଶ୍ବର କ୍ଲବ୍ ର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ଅସିତ ତ୍ରିପାଠୀଙ୍କୁ ୧୮ଖଣ୍ଡ ଭୋଟ ରେ ହରାଇ ବିଜୟୀ ହୋଇଛନ୍ତି ।
ଭୁବନେଶ୍ବର କ୍ଲବ୍ ର ସଭାପତି ପାଇଁ ଲଢୁଥିଲେ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ । ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପୂର୍ବରୁ ଲଗାତାର ୨ ଥର ଭୁବନେଶ୍ବର କ୍ଲବର ସଭାପତି ହୋଇଛନ୍ତି । ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତମାନ ଓଡ଼ିଶା ବିଦ୍ୟୁତ୍ ନିୟମାକ ଆୟୋଗ(ଓଇଆର୍ସି)ର ଅଧ୍ୟକ୍ଷ ପ୍ରଦୀପ ଜେନା ପ୍ରଥମ ଥର ପ୍ରଦୀପ ମଇଦାନକୁ ଓହ୍ଲାଇଥିଲେ। ଫଳ ଘୋଷଣା ପରେ କ୍ଲବର ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ସେହିପରି ଲଳିତ ଦାସ ଭୁବନେଶ୍ବର କ୍ଲବର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।
