କଟକ ସଦର, ୨୨/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ତହସିଲରେ ଆଜକୁ ତିନିମାସ ହେବ ଅତିରିକ୍ତ ତହସିଲଦାର ପଦବୀ ଖାଲି ପଡିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଆସୁଥିଲା। ଏଠାରେ କାର୍ଯ୍ୟରତ ତହସିଲଦାର ବିଭିନ୍ନ ସମୟରେ ବିଭିନ୍ନ ସରକାରୀ କାର୍ଯ୍ୟରେ ତହସିଲରେ ଅନୁପସ୍ଥିତ ରହୁଥିବାରୁ ଲୋକମାନେ ସେମାନଙ୍କ କାର୍ଯ୍ୟ ପାଇଁ ଆସି ନିରାଶରେ ଫେରୁଥିଲେ।
ଏହି ପରିପ୍ରେକ୍ଷୀରେ ଆଜି ସୋମବାର ଦିନ କଟକ ଜିଲ୍ଲା କାର୍ଯ୍ୟାଳୟ ରେ କାର୍ଯ୍ୟରତ ଓଆରଏସ ଅଧିକାରୀ ସୈ।ମେନ୍ଦ୍ର କୁମାର ତେଜ୍ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଜଣାଯାଇଛି। ସେଥିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର ନିର୍ଦେଶିକା ଅନୁଯାୟୀ ଆସନ୍ତା ୧୫ ଦିନ ମଧ୍ୟରେ ଗୋଟିଏ ସ୍ଥାନରେ ୩ ବର୍ଷ ରହିଥିବା ଏସଓ,ଏସଆରଏ,ଜେଆରଏ,ଙ୍କ ସହିତ କ୍ଷେତ୍ର କର୍ମଚାରୀ ଭାବେ ଆରଏସ,ଆରଆଇ,ଏଆରଆଇ,ଅମିନଙ୍କୁ ଵଦଳି ହେଵ ବୋଲି ଜଣାପଡିଛି।
ଏଥିପାଇଁ ତହସିଲ ରେ ତିନି ବର୍ଷରୁ ଉର୍ଦ୍ଧ୍ଵରେ ଥିବା କର୍ମଚାରୀ ଙ୍କ ମଧ୍ୟରେ ଛନକା ପଶିଛି। ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ଜିଲ୍ଲାପାଳଙ୍କ ନିର୍ଦେଶନାମା ଅନୁଯାୟୀ ୫ ବର୍ଷିଆ କିଛି କର୍ମଚାରୀଙ୍କୁ ଵଦଳି କରାଯାଇଥିଲା। ନୂଆ ଅତିରିକ୍ତ ତହସିଲଦାର ଙ୍କୁ ଆଜି ତହସିଲ କର୍ମଚାରୀ ମାନେ ସ୍ୱ।ଗତ ସମ୍ବର୍ଦ୍ଧନା ଜଣାଇଥିଲେ।
