ନାଲସିଂହ ମା ତାରିଣୀଙ୍କ ପୀଠରେ ଦ୍ୱିତୀୟ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ପାଇଁ କଳସ ଯାତ୍ରା 

ନିରାକାରପୁର, ୦୯/୦୪/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଚ୍ୟୁତପୁର ପଞ୍ଚାୟତ ନାଲସିଂହ ଗଡଗ୍ରାମ ସ୍ଥିତ ମା ତାରିଣୀଙ୍କ ପୀଠରେ ଦ୍ୱିତୀୟ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ  ଆରମ୍ଭ ହୋଇଯାଇଛି। ୮ ତାରିଖରେ ଅଙ୍କୁରାରୋପଣ ପରେ ଆଜି  ଜଳଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂକଳ୍ପ ଧାରୀ ମହିଳା ଓ ପୁରୁଷ ମାନେ ସକାଳୁ ନୂତନ ବସ୍ତ୍ର ପରିଧାନ କରି ସମସ୍ତେ ନିକଟସ୍ଥ ମଲାଗୁଣୀ ନଦୀ ନିକଟରେ ପହଞ୍ଚିଥିଲେ। ସେଠାରେ ପୂଜାର୍ଚ୍ଚନା ଶେଷ ପରେ କଳସରେ ନଦୀର ଜଳକୁ ଧାରଣ କରି ଯଜ୍ଞ ମଣ୍ଡପରେ ପହଞ୍ଚିଥିଲେ। ପରେ ଘଟ ସ୍ଥାପନ ହେଲା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଛି। ସୂର୍ଯ୍ୟାଦାନ ଓ ଅଗ୍ନି ସ୍ଥାପନ କରାଯିବା ସହିତ ୧୦ ତାରିଖରେ ସୂର୍ଯ୍ୟପୂଜା, ଯଜ୍ଞ କର୍ମ, ଶ।ଲାପୁଜା , ୧୧ ତାରିଖରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ଏହି ସ୍ଥାନରେ ବିଭିନ୍ନ ସାଂସ୍କୃତିକ ଓ ଅଧ୍ୟଆତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ସ୍ଥିର କରାଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତ ମାନେ ଯୋଗଦେଇ ଠାକୁରଙ୍କ ଆଶୀର୍ବାଦ ଲାଭ କରିବାକୁ ଯଜ୍ଞ କମିଟି ପକ୍ଷରୁ ଜଣାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *