ଓଡ଼ଗାଁ,୧୯/୦୭/୨୦୨୫ (ଓଡ଼ିଶା ସମାଚାର)- ଓଡ଼ଗାଁ ବ୍ଳକ ଦିନଲିପି ର ବରିଷ୍ଠ ସାମ୍ବାଦିକ ନବକିଶୋର ପଣ୍ଡା (୬୦)ଙ୍କ ଶନିବାର ଦିନ ଅପରାହ୍ନରେ ଅକାଳ ବିୟୋଗ ଘଟିଛି। ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ବମ୍ବେରୁ ଚିକିତ୍ସିତ ହୋଇ ଫେରିଥିଲେ। ଶନିବାର ଦିନ ତାଙ୍କ ଓଡ଼ଗାଁ ସ୍ଥିତ ବାସଭବନରେ ହଠାତ୍ ଛାତିରେ ଯନ୍ତ୍ରଣା ହେବାପରେ ପରଲୋକ ହୋଇଯାଇଛି। ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ରଶ୍ମିତା ପଣ୍ଡା ସାନ ଝିଅ ଓ ଏକମାତ୍ର ପୁତ୍ର ଉପସ୍ଥିତ ଥିଲେ। ପୁରୀ ସ୍ବର୍ଗ ଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି।
ସାମ୍ବାଦିକଙ୍କ ଅକାଳ ବିୟୋଗ
