ଅଗ୍ନି ବିପନ୍ନ ଙ୍କୁ ରିଲିଫ୍ ପ୍ରଦାନ 

ନିରାକାରପୁର,୨୦/୦୪/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଶଗଡଭଙ୍ଗା ଗ୍ରାମ ପଞ୍ଚ।ୟତ ଅନ୍ତର୍ଗତ ପିଣ୍ଡ।ମୂଳ ଗ୍ରାମରେ ଗତ ୧୮ ତାରିଖରେ ଅଗ୍ନି କାଣ୍ଡ ଘଟି ଗ୍ରାମର ୪ ଟି ପରିବାର ର ୭ ବଖରା ଚାଳ ଘର ସମେତ ଅନ୍ୟାନ୍ୟ ସମସ୍ତ ଆସବାବପତ୍ର ଆଦି ପୋଡି ଜଳି ପାଉଁଶ ହୋଇଯାଇଛି। ଅଗ୍ନି ବିପନ୍ନ ଯଥା କ୍ରମେ ରବୀନ୍ଦ୍ର ବେହେରା, ଚିନ୍ତାମଣି ବେହେରା, ଜଳଧର ବେହେରା ଓ ଭଗବାନ ବେହେରା ଙ୍କ ନିକଟରେ ଜିଲ୍ଲା ର ସାମାଜିକ ଅନୁଷ୍ଠାନ ଇଶ୍ୱ।ର୍ଡ ର ସମ୍ପ।ଦକ ଶ୍ରୀ ମୃତ୍ୟୁଞ୍ଜୟ ପ୍ରଧାନ ପହଞ୍ଚି ସେମାନଙ୍କୁ ଆଶ୍ଵାସନା ଦେଇ ନିତ୍ୟ ବ୍ୟବହାର ସାମଗ୍ରୀ ପ୍ରଦାନ କରିଥିଲେ। ଏହି ସାମଗ୍ରୀ ଦେଶର ଶ୍ରେଷ୍ଠ ସାମାଜିକ ଅନୁଷ୍ଠାନ ଗୁଞ୍ଜ୍ ତରଫରୁ ପ୍ରଦାନ କରାଯାଇଥିଲା। ଗୁଞ୍ଜ୍ ର ଓଡ଼ିଶା ମୁଖ୍ୟ ଶ୍ରୀ ସୁରେଶ କୁମାର ଙ୍କୁ ଗ୍ରାମବାସୀ ମାନେ ଭୂୟସୀ ପ୍ରଶଂସା କରିଥିଲେ। କ୍ଷେତ୍ର କର୍ମଚାରୀ ଅଶୋକ କୁମାର ବେହେରା ଏବଂ ଇଶ୍ୱ।ର୍ଡ ର ସ୍ଵେଚ୍ଛାସେବୀ ମାନେ ରିଲିଫ୍ କାର୍ଯ୍ୟ ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *