ଇନ୍ଦିରା ପଟ୍ଟନାୟକ ଜଣେ ମହିୟସୀ ଓ ଆଦର୍ଶ ମହିଳା ଥିଲେ – ଡ.ଅଚୁ୍ୟତ ସାମନ୍ତ

ଭୁବନେଶ୍ୱର,୨୧/୦୯/୨୦୨୫(ଓଡ଼ିଶା ସମାଚାର)-ଇନ୍ଦିରା ପଟ୍ଟନାୟକ ଜଣେ ଆଦର୍ଶ ମହିୟସୀ ମହିଳା ଥିଲେ ବୋଲି ଭୁବନେଶ୍ୱରରେ ଅନୁଷ୍ଠିତ ଶୋକସଭାରେ ପୂର୍ବତନ ସାଂସଦ ତଥା କିଟ୍, କିସ୍ ଓ କିମ୍ସର ପ୍ରତିଷ୍ଠାତା ପ୍ରଫେସର ଅଚୁ୍ୟତ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଥିଲେ । ଡ. ସାମନ୍ତ ଆହୁରି କହିଲେ ଯେ ଇନ୍ଦିରା ପଟ୍ଟନାୟକ ଜଣେ ପରୋପକାରୀ, ଧର୍ମପରାୟଣା, ମିଷ୍ଟଭାଷୀ, କର୍ତବ୍ୟପରାୟଣା, ନୀତିନିଷ୍ଠ ଓ ସ୍ୱାମୀ ପରାୟଣା ମହିଳା କହିବା ସହିତ ତାଙ୍କର ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଳି ଜଣାଇଥିଲେ ।

ଏଥିରେ ସିନେ ସମୀକ୍ଷକ ଦିଲ୍ଲିପ ହାଲି ପୌରହିତ୍ୟ କରି ଓଡିଶାର ବରିଷ୍ଠ ସାମ୍ବାଦିକ ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକଙ୍କର ଜଣେ ଆଦର୍ଶ ସହଧର୍ମିଣୀ ଇନ୍ଦିରା ପଟ୍ଟନାୟକ ବୋଲି କହିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଜାତୀୟ ଭାଷା ସାହିତ୍ୟ ସାସ୍କୃତିକ ଅନୁଷ୍ଠାନ ଆଗାମୀ ଓଡିଶା ପ୍ରତିଷ୍ଠାତା ବିଜୟ କୁମାର ସ୍ୱାଇଁ, କିଟ୍ ସମ୍ପାଦକ ମନୋରଞ୍ଜନ ପ୍ରଧାନ, ବରିଷ୍ଠ ସାମ୍ବାଦିକ ସ୍ତମ୍ଭକାର ଅଶୋକ ପାଣ୍ଡା, ଉତ୍କଳ ବିଶ୍ୱବିଦ୍ୟାଳୟ ପୂର୍ବତନ ଛାତ୍ର ସଂସଦ ସଭାପତି ତନ୍ମୟ କୁମାର ସ୍ୱାଇଁ, ବରିଷ୍ଠ ଆଇନଜୀବି ଅନିଲ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ଇନ୍ଦିରା ପଟ୍ଟନାୟକ ରାଜ୍ୟ ଗୃହିଣୀ ସମାଜର ସମ୍ପାଦକ ଓ ଅନ୍ୟାନ୍ୟ ବହୁ ଜନକଲ୍ୟାଣ କାର୍ଯ୍ୟକ୍ରମରେ ସେ ସର୍ବଦା ନିଜକୁ ସାମିଲ କରି ଏ ଅଂଚଳର ବେଶ ଜନପ୍ରିୟ ହୋଇ ପାରିଥିଲେ ବୋଲି କହିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ଇନ୍ଦିରା ପଟ୍ଟନାୟକଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *