ନିଶା ମୁକ୍ତ ଭାରତ ଗଠନ ନିମନ୍ତେ ଯାଜପୁର ରେ  ଯୁବ ମାରାଥନ ଅନୁଷ୍ଠିତ।

ଯାଜପୁର,୨୧/୦୯/୨୦୨୫ (ଓଡ଼ିଶା ସମାଚାର)- ୨୧/୦୯/୨୦୨୫ ତାରିଖରେ ଭାରତର ଯସ୍ଵଶୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଜନ୍ମ ଦିବସ ତଥା ଦେଶ ବ୍ୟାପୀ ପାଳିତ ହେଉଥିବା ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ  ‘ସେବା ପକ୍ଷ – ୨୦୨୫’ପାଳନ ଅବସରରେ ଯାଜପୁର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ‘ ଯୁବ ମାରାଥନ୍’ ଅନୁଷ୍ଠିତ ହୋଇଯାଇଅଛି।

‘ନିଶା ମୁକ୍ତ ଭାରତ’ର ସଚେତନତାର ବାର୍ତ୍ତା ନେଇ ଆୟୋଜିତ ଏହି ଗଣଦୌଡକୁ ମାନ୍ୟବର ଲୋକସଭା ସାଂସଦ ଡ଼ ରବିନ୍ଦ୍ର ନାରାୟଣ ବେହେରା ପତାକା ଦେଖେଇ ଶୁଭାରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ମାନ୍ୟବର ସାଂସଦ କହିଥିଲେ ଏହା ଏକ ଗଣଦୌଡ ନୁହେଁ ଏହା ଦେଶର ଯୁବ ଶକ୍ତିମାନଙ୍କୁ ନିଶାକବଳରୁ ମୁକ୍ତି କରିବାର ଆହ୍ବାନ। ଦେଶର ଯୁବକମାନେ ନିଶାରୁ ନିଜକୁ ଦୂରେଇ ରଖିବେ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦେଖିଥିବା ବିକାଶଧାରା ସେତେ ଅଗ୍ରସର ହେବ।

ଏହି ଜନସଚେତନତା ଗଣଦୌଡ ଏନ୍.ସି. ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରୁ ଆରମ୍ଭ ହୋଇ ଯାଜପୁର ଇଣ୍ଡୋର ଷ୍ଟାଡିଅମ୍ ଠାରେ ସମାପ୍ତ ହୋଇଥିଲା।

ଏହି ନମୋ ଯୁବ ମାରାଥନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ, ଯୁବକ, ଯୁବତୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *