ଗରାପୁର ଶିବାନନ୍ଦ ଆଶ୍ରମ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଂଟନ

କେନ୍ଦ୍ରାପଡ଼ା,୨୦/୦୯/୨୦୨୫(ଓଡ଼ିଶା ସମାଚାର)-ବିଶ୍ୱ ଦିବ୍ୟଜୀବନ ସଂଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ୱାମୀ ଶିବାନନ୍ଦ ମହାରାଜଙ୍କର ୧୩୮ତମ ଜୟନ୍ତୀ କେନ୍ଦ୍ରାପଡାର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପକ୍ଷରୁ ପାଳିତ ହୋଇଯାଇଥିବା ଅବସରରେ ଶନିବାର ଆଶ୍ରମ ପକ୍ଷରୁ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ୱାର୍ଡର ରୋଗୀମାନଙ୍କୁ ଫଳ, ବିସ୍କୁଟ ଓ ଚକଲେଟ ପ୍ରଭୃତି ବଂଟନ କରାଯାଇଛି । ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଶ୍ୟାମଗୁଡିଆସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବିଭିନ୍ନ ୱାର୍ଡର ଅନ୍ତେବାସୀ ରୋଗୀମାନଙ୍କୁ ଫଳ, ବିସ୍କୁଟ, ଚକୋଲେଟ ଓ ବିଭୁତି ପ୍ରଦାନ କରିବା ସହିତ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ ଡା. ପ୍ରମୋଦ କୁମାର ପ୍ରହରାଜ, ଡାକ୍ତରଖାନା ପରିଚାଳକ ପ୍ରଭାତ କୁମାର ନାୟକ,ଧର୍ମଜାଗରଣ ସମନ୍ୱୟ ସମିତି ପକ୍ଷରୁ ଶଶାଙ୍କ ଶେଖର ଜେନା, ମାଧବ ଚନ୍ଦ୍ର ପ୍ରଧାନ, ଅଭିଜିତ ଦାସ, ବଳଦେବ ସେନାର ସଭାପତି ପପୁନ ସ୍ୱାଇଁ ଓ ସାଥୀ, ନିଆଳିସ୍ଥିତ ଚଣ୍ଡିଆ ଗ୍ରାମର ଶକ୍ତି କ୍ଲବର ସଭାପତି ଅମିତାଭ ଜେନା ଓ ସାଥୀ, ପ୍ରାକ୍ତନ ଚିଫ ଫାର୍ମାସିଷ୍ଟ ପ୍ରତାପ ଚନ୍ଦ୍ର ଲେଙ୍କା, କମଳାକାନ୍ତ, ପାର୍ବତୀ ବେହେରା, ପ୍ରିୟତମା ରାଉଳ, ମାନିନୀ ଷଡଙ୍ଗୀ, ରଶ୍ମିତା ବେହେରା, ଶିବାନନ୍ଦ ବିଦ୍ୟାମନ୍ଦିରର ଗୁରୁଜୀ ଓ ନୁରି ଏବଂ ମାମୁନି ଗୁରୁମା, ପୁନମ ନାୟକ(ଶିବାନୀ), ପ୍ରମୋଦ କୁମାର ଦାସ, କମଳାକାନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ଥିସହିତ ଅଯୋଦ୍ଧାନଗରସ୍ଥିତ ଦୃଷ୍ଟିବାଧିତ ବିଦ୍ୟାଳୟର ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଶ୍ରୀମା ଫଳ, ବିସ୍କୁଟ, ଚକୋଲେଟ ଓ ବିଭୁତି ପ୍ରଦାନ କରିଥିଲେ । ରବିବାର ଆଶ୍ରମ ପରିସରରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଆସନ୍ତା ୨୪ତାରିଖରେ ବିଶ୍ୱ ଦିବ୍ୟ ଜୀବନ ସଂଘର ସଭାପତି ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ଆଶ୍ରମ ପକ୍ଷରୁ ପାଳନ କରାଯିବ ବୋଲି ସୂଚନା ଦିଆଯାଇଛି । ବ୍ରହ୍ମଚାରୀ ନୃସିଂହ ନାଥ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *