ଚୋରା ମଦ ଜବତ ୪ କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା, ୨୦/୦୯/୨୦୨୫(ଓଡ଼ିଶା ସମାଚାର)-ଜିଲାପାଳଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ନିକିରାଇ, ପଟ୍ଟାମୁଣ୍ଡାଇ ଟାଉନ, ମାର୍ଶାଘାଇ ଓ କୁଦାନଗରୀ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ମୋଟ୍ ।ୟ୧୦୯ ଲିଟର ବିଦେଶୀ ମଦ ଜବତ କରାଯିବା ସହିତ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ଢୋଲ ଗ୍ରାମର ଭଗବାନ ମଲ୍ଲିକ(୪୭)ଙ୍କ ଠାରୁ ୩୩ ଲିଟର ବିଦେଶୀ ମଦ, ଚନ୍ଦନପୁର ଗ୍ରାମର ଲକ୍ଷ୍ମୀପ୍ରିୟା କର(୩୫)ଙ୍କ ଠାରୁ ୨୭ ଲିଟର ବିଦେଶୀ ମଦ, ଧନିଆପଡ଼ା ଗ୍ରାମର ସରୋଜ ମହାନ୍ତି(୫୮)ଙ୍କ ଠାରୁ ୨୫ ଲିଟର ବିଦେଶୀ ମଦ ଏବଂ ବେହୁଳ ଗ୍ରାମର ରମେଶ ଚନ୍ଦ୍ର ମାହାଳିକ(୪୪)ଙ୍କ ଠାରୁ ୨୪ ଲିଟର ବିଦେଶୀ ମଦ ଜବତ କରାଯାଇ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯିବା ସହ ସମୁଦାୟ୧୦୯ ଲିଟର ବିଦେଶୀ ମଦ ଜବତ କରାଯାଇଛି ।

ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳ କହିଛନ୍ତି । ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ହିତାଂଶୁ ଶେଖର ମଳିକ, ପଦ୍ମଲୋଚନ ନାୟକ, ଅବକାରୀ ଉପନିରୀକ୍ଷକ ଧର୍ମପଦ ଦାସଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *