ଚିତ୍ର ଗୁରୁ ରାଜେନ୍ଦ୍ର କୁମାର ଦାଶଙ୍କ ଛାତ୍ରୀ ସୁଶ୍ରୀ ଯାଜ୍ଞସେନୀ ପାଇଲେ ଭାରତ ସରାରଙ୍କ ଠାରୁ ଚିତ୍ର ଶିଳ୍ପୀ ଛାତ୍ର ବୃତ୍ତି

ପଟ୍ଟାମୁଣ୍ଡାଇ, ୧୯/୦୬/୨୦୨୬ (ଓଡ଼ିଶା ସମାଚାର)-ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟର ସାଂସ୍କୃତିକ ସମ୍ବଳ ଏବଂ ତାଲିମ୍ କେନ୍ଦ୍ର ( ସି ସି ଆର ଟି ) ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁର ଗ୍ରାମର ଛାତ୍ରୀ ସୁଶ୍ରୀ ଯାଜ୍ଞସେନୀ ମାନଦ୍ଧାତା ଙ୍କୁ ଯୁବ ଚିତ୍ର ଶିଳ୍ପୀ ଛାତ୍ର ବୃତ୍ତି ପାଇଁ ମନୋନୀତ ହୋଇ ବୃତ୍ତି ଲାଭ ପ୍ରଦାନ କରିଛନ୍ତି। ସେ ଏହି ସଫଳତା ପାଇଁ ଚିତ୍ର ଗୁରୁ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ଦାଶଙ୍କ ଉପଯୁକ୍ତ ମାର୍ଗ ଦର୍ଶକ ଏବଂ ପରିବାରର ସମର୍ଥନ କୁ ଶ୍ରେୟ ଦେଇଛନ୍ତି। ଶ୍ରୀରାମପୁର ଗ୍ରାମର ପ୍ରକାଶ ମାନଦ୍ଧାତା ଓ ମାତା ଅମ୍ବିକା ଙ୍କ ସୂପୁତ୍ରୀ ସୁଶ୍ରୀ ଯାଜ୍ଞସେନୀ ବନ୍ତୋ ଓଡିଶା ଆଦର୍ଶ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ଛାତ୍ରୀ। ସେ ବାଲ୍ୟ କାଳରୁ ବହୁ ଚମତ୍କାର ଚିତ୍ର କରି ପଟ୍ଟାମୁଣ୍ଡାଇର ଦକ୍ଷତା ହାସଲ ରଖିଆସିଛନ୍ତି।

ମହାମହିମ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶ୍ରେଷ୍ଠ ଚିତ୍ର ଗୁରୁ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ଦାଶ ଙ୍କ ମାର୍ଗ ଦର୍ଶନ ରେ ଚିତ୍ରାଙ୍କନ  ଶିକ୍ଷାଲାଭ କରି ସେ ନିଜର ସାଧନାରେ ସଫଳ ହୋଇ ବିଭିନ୍ନ ସ୍ତରରେ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି। ଚିତ୍ରାଙ୍କନ ରେ ପ୍ରାଚୀନ କଳାକେନ୍ଦ୍ର ( ଚଣ୍ଡୀ ଗଡ଼ ବିଶ୍ଵ ବିଦ୍ୟାଳୟ ) ଭୂଷଣ ଫାଇନାଲ ସାର୍ଟିଫିକେଟ ଓ ଲଲିତକଳା ଏକାଡେମି ରୁ ସାର୍ଟିଫିକେଟ ପରୀକ୍ଷା ରେ ( ଗୋପାଳ ଦାଶ ମେମାରୀୟଲ କଳା ମନ୍ଦୀର, ମୂଳବସନ୍ତ ) ରୁ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସେ ଚିତ୍ର ଗୁରୁ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ଦାଶ ଙ୍କ ତତ୍ତ୍ୱାବଧାନରେ ସଫଳ ହୋଇ ବିଭିନ୍ନ ସ୍ତରରେ ଯଥା ଶିଶୁ ସୁରଭୀ ରେ ବ୍ଲକ୍, ଜିଲ୍ଲା, ଓ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଛନ୍ତି। ଓ ଜୁନିଅର୍ ରେଡ୍ କ୍ରସ୍ ସ୍ତରରେ ବ୍ଲକ୍, ଜିଲ୍ଲା, ରାଜ୍ୟ, ଆନ୍ତଃରାଜ୍ୟ, ଓ ବିଶ୍ଵ ସ୍ତରରେ ପୁରସ୍କୃତ ହୋଇଛନ୍ତି ( ୨୦୨୪-୨୫ ) ରେ। ବିଭିନ୍ନ ପ୍ରତିଯୋଗୀତାରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ଚିତ୍ର ଓ ରଙ୍ଗୋଲି ରେ ମଧ୍ୟ ସେ ପ୍ରଥମ ସ୍ଥାନ ଅଧିକାର କରିଛି। ସେ କହିଛନ୍ତି ମୁଁ ଭବିଷ୍ୟତରେ ସାରା ବିଶ୍ୱରେ ଏକ ଶ୍ରେଷ୍ଠ ଚିତ୍ର ଶିଳ୍ପୀ ହେବାରେ ସେ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *