ଭୀମ ଭୋଇ ସାମର୍ଥ୍ୟ ଶିବିର ରେ ୨୮୨ ଭିନ୍ନକ୍ଷମ ପଞ୍ଜୀକୃତ

ଭୁବନ ୨୦/୦୯/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ବ୍ଲକ ପ୍ରଶାସନ ତରଫରୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମାନସିକ ଅନଗ୍ରସର ୪୩ ଜଣ, ଅସ୍ଥିଶଲ୍ୟ ୧୦୬ ଜଣ,ଦୃଷ୍ଟି ବାଧକ ୩୭ ଜଣ, ଶ୍ରବଣ ବାଧକ ୪୯ ଜଣ,ଭେଷଜ ୧୬ ଜଣ ଓ ଅନ୍ୟାନ୍ୟ ୩୧  ଜଣ ସମୁଦାୟ ୨୮୨ ଜଣ ଙ୍କୁ ବିଶେଷଜ୍ଞ ଙ୍କ ଦ୍ଵାରା ପରୀକ୍ଷା କରାଯାଇଥିଲା ।

ବିଡିଓ ଆୟୁସୀ  ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ବିଭିନ୍ନ ବିଭାଗର ଡାକ୍ତର ମାନେ ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷା କରି ୧୮୮ ଜଣ ଙ୍କୁ ଭିନ୍ନକ୍ଷମ ଉପକରଣ,ଔଷଧ ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ କୁମାର ସ୍ବାଇଁ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ବର ସେଠୀ , ଭୁବନ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିଜନ କୁମାର ମିଶ୍ର ଓ ସମସ୍ତ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ। ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ର ଏନ୍ ଏସ ଏସ ,ଭୁବନ ଉଚ୍ଚ ବିଦ୍ୟାଳୟ ର ସ୍କାଉଟ ଆଣ୍ଡ ଗାଇଡ ଛାତ୍ର ଏବଂ ପୋଲିସ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

Leave a Reply

Your email address will not be published. Required fields are marked *