ବିଜେବି ମହାବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍ ୟୂଥ ଡେଭେଲପମେଣ୍ଟ ପ୍ରୋଗ୍ରାମ

ଭୁବନେଶ୍ୱର,୧୮/୧୧/୨୦୨୩ (ଓଡ଼ିଶା ସମାଚାର)-ବିଜେବି ମହାବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍ ୟୂଥ ଡେଭେଲପମେଣ୍ଟ ପ୍ରୋଗ୍ରାମ ଗତ ୧୪.୧୧.୨୩ରେ ଉଦ୍ଘାଟିତ ହୋଇଯାଇଛି। ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ପ୍ରଫେସର ସୁମନ ଦାସ ଙ୍କ  ଦ୍ୱାରା ଉଦ୍‌ଘାଟିତ ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ପ୍ରସଙ୍ଗ ରେ ରଚନା, ବ୍ୟକ୍ତତା ରଙ୍ଗୋଲି ସଙ୍ଗୀତ ନୃତ୍ୟ ସାଲାଡ଼ ଡ଼େ କୋରେସନ ସ୍ଳୋଗାନ ଆଦି ପ୍ରତିଯୋଗୀତା ମାନ ଆୟୋଜିତ ହୋଇସାରିଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଜି. ଏମ ଖାନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି । ଚିଫ ନୋଡାଲ ଅଫିସର ପ୍ରଫେସର ଇତିଶ୍ରୀ ପାଢୀ, ସାଂସ୍କୃତିକ ବିଭାଗର ନୋଡାଲ ଅଫିସର ଡ଼..ନ ନ୍ଦିତା ତ୍ରିପାଠୀ ଓ ସାମାଜିକ କାର୍ଯ୍ୟକ୍ରମ ର ନୋଡ଼ାଲ ଅଫିସର ଲେଖା ଦାସ ଏହି କାର୍ଯ୍ୟକ୍ରମ ଗୁଡ଼ିକ ପରିଚାଳନା କରୁଛନ୍ତି। ଏହି କାର୍ଯ୍ୟକ୍ରମ ଆଗାମୀ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

Leave a Reply

Your email address will not be published. Required fields are marked *