କଟକ,୦୯/୦୨/୨୦୨୪ (ଓଡ଼ିଶା ସମାଚାର) : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଝଡ଼େଶ୍ୱରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଝଡ଼େଶ୍ୱରପୁର କଟକରେ ଆତ୍ମରକ୍ଷା ତାଲିମଶିବିର ଅନୁଷ୍ଠାନର ଅଧ୍ୟକ୍ଷ ପ୍ରାଧ୍ୟାପକ ବରଦା ପ୍ରସାଦ ମିଶ୍ରଙ୍କ ଦ୍ୱାରା ଉଦଘାଟିତ ହୋଇ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଉତ୍ତମ କୁମାର ନାୟକ, ଅଧ୍ୟାପକ ଜଗବନ୍ଧୁ ମଳିକ, ଅଧ୍ୟାପକ ଗୌତମ ରାଉତ, ଅଧ୍ୟାପକ ଗୁରୁପ୍ରସାଦ ପରିଡା ଆତ୍ମ ସୁରକ୍ଷା ତାଲିମ ବିଷୟରେ ଆଲୋକପାତ କରିଥିଲେ । ପୋଗ୍ରାମ ଅଫିସର ଅଧ୍ୟାପିକା କ୍ରିଷ୍ଣା ରାଣୀ କଳା ଶିବିର ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ଆତ୍ମରକ୍ଷା ତାଲିମ ଶିବିର ।
