ଆଦର୍ଶ ବିଦ୍ୟାଳୟ ଟିଚର୍ସ ଆସୋସିଏସନ୍ ର ଶପଥ ଗ୍ରହଣ

ଭୁବନେଶ୍ୱର,୦୯/୦୨/୨୦୨୫(ଓଡ଼ିଶା ସମାଚାର)- ଆଦର୍ଶ ବିଦ୍ୟାଳୟ ଟିଚର୍ସ ଆସୋସିଏସନ୍ (ଆଭ୍ଟା) ଓଡ଼ିଶା ତରଫରୁ ରାଜ୍ୟସ୍ତରୀୟ ନିର୍ବାଚିତ ହୋଇଥିବା ନୂତନ କରି ପ୍ରାର୍ଥୀ ଆଜି ଓଏଏସ ଭବନ ଖାରବେଳ ନଗର ଠାରେ ଆଦର୍ଶ ବିଦ୍ୟାଳୟର ନିର୍ବାଚନ ଟିମ୍ ମଣ୍ଡଳୀ ଠାରୁ ଶପଥ ଗ୍ରହଣ କରିଛନ୍ତି। ଆଦର୍ଶ ବିଦ୍ୟାଳୟ ର ରାଜ୍ୟ ନିର୍ବାଚିତ ପ୍ରତିନିଧି ହେଲେ :-ସଭାପତି ରେ ରିପୁଦମନ ସୈାରଭ ମିଶ୍ର, ସାଧାରଣ ସମ୍ପାଦକ ଶୁଭାଶିଷ ଦାସ ,  ପୁରୁଷ ରେ ଉପସଭାପତି ପ୍ରଫୁଲ୍ଲ କୁମାର ଗେରୁ, ମହିଳା ରେ ଉପସଭାପତି ମଞ୍ଜୁଷା ମିଶ୍ର,କୋଷାଧ୍ୟକ୍ଷ ହରେକୃଷ୍ଣ ମହାପାତ୍ର , ଯୁଗ୍ମ ସମ୍ପାଦିକା ଅମ୍ବିକା ସାମଲ ଓ ସହକାରୀ କୋଷାଧ୍ୟକ୍ଷ ଗୁରୁ ବଦରବିନ୍ଦ ରାଉତ । ଆଗାମୀ ଦିନରେ ଆଦର୍ଶ ବିଦ୍ୟାଳୟରେ ଯାହା ଦାବି ଅଛି ନିର୍ବାଚିତ ପ୍ରତିନିଧିମାନେ ତାହା ଆଗାମୀ ଦିନରେ  ମୌଳିକ ଦାବି ସରକାର ଆଗରେ ଉପସ୍ଥାପନ କରି ତାହାର ସମାଧାନ ନେଇ ଶତଚେଷ୍ଟିତ ହେବେ ବୋଲି କହିଥିଲେ। ନିର୍ବାଚିତ କରେଇଥିବା ଆଦର୍ଶ ବିଦ୍ୟାଳୟର ନିର୍ବାଚନ କମିଶନର ମିନକେତନ ରାୟ ଏବଂ ତାଙ୍କ ଟିମ୍ କୁ ସହଯୋଗ କରିଥିବା ସଦସ୍ୟ ହେଲେଦେବରାଜ ଦାସ, ଅମରଜିତ୍ ରାୟ, ସୈାଭାଗ୍ୟ ପ୍ରହରାଜ, ଲିଙ୍ଗରାଜ ପଣ୍ଡା, ସୈାମ୍ୟ ରଞ୍ଜନ ଯୋଶୀ ଓ ରଞ୍ଜନ କୁମାର ପାତ୍ର।

Leave a Reply

Your email address will not be published. Required fields are marked *