ଜଗତପୁର ୦୩/୦୩/୨୦୨୫(ଓଡିଶା ସମାଚାର /ଅଭୟ ଜେନା )- ଆଜି ବଢ଼ିଭୋର ସମୟରେ ୩ ଜଣ ଯୁବକ ଏକ କାର ଯୋଗେ ପୁରୀ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଖଇରା ବ୍ରିଜରୁ ଜଗତପୁର ଗୋଲେଇ ଛକ ଅଭିମୁଖେ କାର୍ ରେ ଯାଉଥିବା ସମୟରେ ଭୟଙ୍କର ଦୁର୍ଘଟଣା ଘଟିଛି ।
ଦୃତ ଗତି ରେ କାର ଟି ଯାଉଥିବା ଯୋଗୁଁ ଭାରସାମ୍ୟ ହରାଇ ଗୋଟିଏ ଦୋକାନକୁ ଧକ୍କା ଦେଇଥିଲା। କାର୍ ରେ ସାଲେପୁର ବ୍ଲକ ଚମ୍ପତି ପଞ୍ଚାୟତର ୨ଜଣ ଓ ଅନ୍ୟ ଜଣେ ମୁତାରିଫା ପଞ୍ଚାୟତ ପଦ୍ମପୁର ଅଞ୍ଚଳର ରହିଥିଲେ ।
ଦୁର୍ଘଟଣାରେ କାର୍ ଡ୍ରାଇଭର ଆହତ ହୋଇଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ଅବସ୍ଥାରେ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।ଏହି ଦୁର୍ଘଟଣା ଭୋର ସମୟରେ ଘଟିଥିଲେହେଁ ଦ୍ରୁତ ଗତି ଯୋଗୁଁ କାର ଟି ଭାରସାମ୍ୟ ହରାଇ ଏକ ଦୋକାନ ଦେହରେ ପିଟି ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରୁଛି ।
