ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜଙ୍କ ୧୩୭ତମ ଆରାଧନା ଦିବସ

ଭୁବନେଶ୍ୱର, ୧୦/୯/୨୦୨୪ (ଓଡ଼ିଶା ସମାଚାର)- ଦିବ୍ୟଜୀବନ ସଂଘ, ଚନ୍ଦ୍ରଶେଖରପୁର ଶାଖା ଆନୁକୂଲ୍ୟରେ ବ୍ରହ୍ମଲୀନ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜଙ୍କ ୧୩୭ତମ ଆରାଧନା ଦିବସ ଉପଲକ୍ଷେ ସ୍ଥାନୀୟ ଶୈଳଶ୍ରୀ ବହାରସ୍ଥିତ ସାଇ ଦ୍ୱାରିକାମାଇ ହଲ ରେ ଏକ ଭବ୍ୟ ସତସଙ୍ଗ ପ୍ରଭାକର ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ୭ ଘଟିକା ଠାରୁ ପ୍ରଭାତ ଫେରୀ, ଗୁରୁପାଦପୂଜା, ଗୀତାପାଠ, ବିଷ୍ଣୁ ସହସ୍ର ନାମ, ହନୁମାନ ଚାଳିଶା ପାଠ କରାଯାଇଥିଲା । ପୂର୍ବାହ୍ନ ୧୧ ଘଟିକା ସମୟରେ ଅଧ୍ୟାପକ ବିଶ୍ୱମୋହନ ପଟ୍ଟନାୟକ ଗୁରୁଦେବ ସ୍ୱାମୀ ଶିବାନନ୍ଦଙ୍କର ମାନବ ସମାଜ ପ୍ରତି ଅଧ୍ୟାତ୍ମିକ ଅବଦାନ ତଥା ଉପଦେଶଗୁଡ଼ିକୁ ଅତି ସରଳ ଭାବରେ ଉପସ୍ଥାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମଟିକୁ ସଭାପତି ଅଦ୍ୱେତ ପ୍ରସାଦ ବିଶ୍ୱାଳ, ସମ୍ପାଦକ ପ୍ରଭାକର ମହାରଣା, ସଭ୍ୟ ଜ୍ୟୋତିରଞ୍ଜନ ଦାଶ, କୋଷାଧ୍ୟକ୍ଷ ଚନ୍ଦ୍ରା ରାଓ, ସହ ସମ୍ପାଦିକା ରଜନୀ ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ସଭାପତିଙ୍କ ଧନ୍ୟବାଦ ପ୍ରଦାନ ପରେ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା ।

Leave a Reply

Your email address will not be published. Required fields are marked *