ନିଶ୍ଚିନ୍ତକୋଇଲି, ୨୦/୦୯/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା )- ବହୁ ଚର୍ଚ୍ଚିତ “ଟୁକୁନା ମେଡିସିନ ଷ୍ଟୋର” , ଯାହାକୁ ନେଇ ଦୀର୍ଘ ଏକ ମାସ ହେଲା ମିଡିଆରେ ଚାଲିଛି ତୁମ୍ବି ତୋଫାନ ।
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା ବଜାର ରେ ଥିବା ଟୁକୁନା ମେଡିସିନ ଷ୍ଟୋର ର ମାଲିକ ପ୍ରଫୁଲ୍ଲ କୁମାର ସାହୁ ଓରଫ୍ ଟୁକୁନା ଙ୍କୁ ତତ୍କାଳୀନ ବଡଚଣା ଥାନା ଅଧୀକାରି ମଧୁସ୍ମିତା ବେହେରା ଗତ ଜୁନ୍ ମାସ ୨୪ ତାରିଖ ସଂଧ୍ୟାରେ ନିଜ ଥାନା ଅର୍ଥାତ୍ ବଡଚଣା କୁ ଉଠାଇ ନେଇଥିଲେ। କାରଣ ଥିଲା ଯେ, ଜଣେ ମହିଳା ଟୁକୁନା ମେଡିସିନ କୁ ଆସି,ଏହି ମେଡିସିନ ଷ୍ଟୋର କୁ ଆସୁଥିବା ଏକେ ଜୟସିଂହ ନାମକ ଜଣେ ଡାକ୍ତର ଙ୍କ ଦ୍ଵାରା ଚିକିତ୍ସିତ ହେବା ପରେ ଗୁରୁତର ହୋଇ ବଡଚଣା ଅଧୀନସ୍ଥ ଏକ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ଏକେ ଜୟସିଂହ ନାମକ ଡାକ୍ତର ଙ୍କୁ ଖୋଜିବାକୁ ଆସି ଏହି ଟୁକୁନା ମେଡିସିନ ଷ୍ଟୋର ରେ ଆଇଆଇସି ମଧୁସ୍ମିତା ବେହେରା ପହଞ୍ଚିଥିଲେ ଏବଂ ମେଡିସିନ ଦୋକାନ ର ମାଲିକ ଡାକ୍ତର ଙ୍କୁ ମେଡିସିନ ଷ୍ଟୋର କୁ ନଆସିବା ପାଇଁ ମନା କରିବା ଅଭିଯୋଗରେ ମଧୁସ୍ମିତା, ପ୍ରଫୁଲ୍ଲ ଙ୍କୁ ଥାନା କୁ ନେଇ ଯାଇଥିବା ଅଭିଯୋଗ ହୋଇଥିଲା।
ସେଠାରେ ପ୍ରଫୁଲ୍ଲ ଙ୍କୁ ତିନି ଦିନ ରଖିବା ପରେ ମଧ୍ୟସ୍ଥି ଦ୍ଵାରା ଅଢେ଼ଇ ଲକ୍ଷ ଟଙ୍କା ରେ ମୂଲଚାଲ ହୋଇ ପ୍ରଫୁଲ୍ଲ ଙ୍କୁ ଥାନା ରୁ ଛଡ଼ା ଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ତେବେ ଏ ବାବଦରେ ପ୍ରଫୁଲ୍ଲ ଙ୍କ ପୁଅ ଯାଜପୁର ଏସପି ଙ୍କ ନିକଟରେ ଅଭିଯୋଗ କରିବା ପରବର୍ତ୍ତି ଅବସ୍ଥାରେ ନିଶ୍ଚିନ୍ତକୋଇଲି ଥାନା ରେ ଅଭିଯୋଗ କରିଛନ୍ତି। ଏ
ବାବଦରେ ପୋଲିସ ତଦନ୍ତ ଜାରି ରଖିଛି। ଅପରପକ୍ଷରେ ଟୁକୁନା ମେଡିସିନ ଷ୍ଟୋର ରେ ଆସୁଥିବା ଏକେ ଜୟସିଂହ ନାମକ ଡାକ୍ତର ଏବଂ ଟୁକୁନା ମେଡିସିନ ଷ୍ଟୋର ଆଗରେ ଆଗରୁ ଲଗା ଯାଇଥିବା ଡ଼ାକ୍ତର ଙ୍କ ନାମ ଫଳକ ଏବେ ଆଉ ନାହିଁ। ତାହା ଉଠି ଗଲାଣି। ଏହି ଫେକ୍ ଡାକ୍ତର ଙ୍କୁ ନେଇ ଅଂଚଳରେ ବିବାଦ ଏବେ ଉଗ୍ରରୂପ ନେଲାଣି। ସ୍ଥାନୀୟ ବାସିନ୍ଦା ଙ୍କ ଅଭିଯୋଗକ୍ରମେ ଶୁକ୍ରବାର କଟକ ଡ୍ରଗ୍ ସ୍କ୍ୱାର୍ଡ ଇନିସପେକ୍ଟର ତଦନ୍ତ କରିଥିଲେ ।
ତେବେ ମେଡିସିନ ଏବଂ ଅତିତରେ ଚିକିତ୍ସା କରିଥିବା ଡ଼ାକ୍ତର ଏକେ ଜୟସିଂହ ଙ୍କୁ ତଦନ୍ତ ପରିସରଭୁକ୍ତ କଲେକି ପ୍ରଶ୍ନରେ, କହିଲେ ଆଉ ଗୋଟିଏ ତଦନ୍ତ ହେବ, ଯାହା ନିର୍ଦ୍ଦେଶ ଥିଲା ସେହି ହିସାବରେ ତଦନ୍ତ କରିଛୁ। ତେବେ ସବୁଠାରୁ ବଡ଼ କଥା ହେଲା ତଦନ୍ତ କରିବାକୁ ଆସିଥିବା ଡ୍ରଗ୍ ଇନିସପେକ୍ଟର ମେଡିସିନ ଷ୍ଟୋର ରୁ ତଦନ୍ତ ସାରି ଗଲା ପରେ, ତାଙ୍କ ସାଙ୍ଗରେ ଆସିଥିବା ଜଣେ କର୍ମଚାରୀ ଟୁକୁନା ମେଡିସିନ ଷ୍ଟୋର କୁ ଚାଲି ଚାଲି ଯାଉଥିବାର ଭିଜୁଆଲ ଏବେ ମୋବାଇଲ୍ ରୁ ମୋବାଇଲ୍ ଘୂରୀ ବୁଲୁଛି। ତେବେ ସାଧାରଣ ରେ ପ୍ରଶ୍ନ ଉଠୁଛି ଏ ତଦନ୍ତ କ’ଣ ଲୋକ ଦେଖାଣିଆ ନା ଆଉ କିଛି।
ଏ ସମ୍ପର୍କ ରେ ସଂପୃକ୍ତ ଡ୍ରଗ୍ ଇନିସପେକ୍ଟର ସାମ୍ବାଦିକ ଙ୍କ ପ୍ରଶ୍ନର ଉତ୍ତର ନଦେଇ ଏଡାଇ ଯାଇଥିଲେ। ପ୍ରଶ୍ନ ଉଠୁଛି ଏଠାରେ କିଛି ବୁଝାମଣା ହୋଇ ଗଲା କି ? ତେବେ ଯଦି ମେଡିସିନ ଷ୍ଟୋର ର ମାଲିକ ଫେକ୍ ଡାକ୍ତର ଙ୍କୁ ନିଜ ଦୋକାନ ରେ ବସାଇ ରୋଗୀଙ୍କ ଚିକିତ୍ସା କରୁଥିଲା ଏବଂ ଲୋକଙ୍କ ଜୀବନ ସହ ଖେଳୁ ଥିଲା ତେବେ ତାଙ୍କୁ କି ଦଣ୍ଡ ମିଳିବା କଥା, ତାହା ସରକାର, ପ୍ରଶାସନ ଏବଂ ଜନସାଧାରଣ ଚିନ୍ତା କରିବା ଉଚିତ। ଏ ସମ୍ପର୍କ ରେ ମେଡିସିନ ଷ୍ଟୋର ର ମାଲିକ ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ହେଁ ତାହା ସମ୍ଭବ ହୋଇ ନାହିଁ।
