ବରୀ ବାସୀ ହେଉଛନ୍ତି ମୋର ସର୍ବେ ସର୍ବା , ଭାଜପା ହେଉଛି ମୋ ଦଳ , କର୍ମୀ ହେଉଛନ୍ତି ମୋ ବଳ

ଯାଜପୁର, ୦୭/୧୧/୨୦୨୪ (ଓଡ଼ିଶା ସମାଚାର/ସୁରେଶ କର)- ସାଧାରଣ ନିର୍ବାଚନ ଶେଷ ହେବାର ପାଞ୍ଚ ମାସ ବିତିଯାଇଥିବା ସମୟରେ ବର୍ତ୍ତମାନ ବରୀ ଭାଜପା କୁ କିଛି ତଡାଖିଆ ,ସ୍ଵାର୍ଥବାଦୀ ନେତା ଡେଇଁ ଆସୁଥିବା ଦେଖିବାକୁ ମିଳୁଛି । ଚଳିତ ନିର୍ବାଚନ ରେ ଭାଜପା ର ଉମେଶ ଜେନା , ବିଜେଡି ବିଧାୟକ ବିଶ୍ୱରଂଜନ ମଲିକ ଙ୍କ ଠାରୁ ପରାସ୍ତ ହୋଇଥିଲେ ମଧ୍ୟ ବରୀରେ ଭାଜପା କୁ ମଜବୁତ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ଉମେଶ ଙ୍କ ପାଇଁ କିଛି ସ୍ୱାର୍ଥବାଦୀ ,ଦଳଡିଆଁ ନେତା କଣ୍ଟକ ସାଯିବାକୁ ଆଗେଇ ଆସିଛନ୍ତି ,ଯାହାକି ବିଭିନ ସ୍ଥାନ ମାନଙ୍କରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ଉମେଶ ସମର୍ଥକ ଙ୍କ କହିବା ଅନୁଯାୟୀ ଉମେଶ ହେଉଛନ୍ତି ଜଣେ ଏପରି ଯୁବନେତା ଯେ କି ସର୍ବଦା ବରୀର ସ୍ବାର୍ଥ ପାଇଁ ନଜର ଦେଇଥାନ୍ତି , ଆଉ ଏବେ ଯେଉଁମାନେ ଆସୁଛନ୍ତି ସେମାନେ କେବଳ ନିଜର ସୁବିଧା ହାସଲ କରିବା ଲକ୍ଷ ନେଇ ଆସୁଛନ୍ତି । ଯଦି ସେମାନଙ୍କ ର କିଛି କରିବାର ଅଛି ସ୍ୱାଧୀନ ଭାବେ କରୁନାହାନ୍ତି , ଏପରିକି କିଛି ସାମାଜିକ ଗଣ ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି କି ଭୟ ଓ ନିଜର ନିରାପଦ ପାଇଁ ସେମାନେ ଏଠି ସରଣ ନେଇଛନ୍ତି ।
ଏ ବିଷୟରେ ଉମେଶ ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ମୋର କିଛି ଅସୁବିଧା ନାହିଁ , ସେମାନେ ଆସିବେ ଯିବେ ଏହା ତାଙ୍କର ନିତିଦିନିଆ କାମ ସେମାନେ ବିଗତ ଦିନରେ କଣ କରିଛନ୍ତି ଆମେ ସମସ୍ତେ ଜାଣିଛନ୍ତି ଯେଉଁ ମାନଙ୍କ ପାଇଁ ପରିଚୟ ପାଇଥିଲେ , ସେମାନଙ୍କୁ ଅସମ୍ମାନ କରିବା ପାଇଁ ମଧ୍ୟ ପଛାଇନାହାନ୍ତି କାଲି ଯେ ସେହି କଥା ଆମ ଦଳରେ କରିବେ ନାହିଁ ବୋଲି କିଏ ଗ୍ୟାରେଣ୍ଟି ଦେବ ।
ମୁ ନିଜେ ଲଢ଼ି ଶିଖିଛି , ଲଢ଼ିବାର କୌଶଳ ମୋତେ ଜଣା ଏମାନଙ୍କ ଆସିବା ମୋ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି । କାହା ଦୟାରେ ମୁ ଚେୟାରମ୍ୟାନ ହୋଇନି କି କାହା ଦୟାରେ ମୁ ବିଧାୟକ ହୋଇନି , ଦୟାରୁ ଦାବି କରିବା ଏମାନଙ୍କ ପ୍ରକୃତି , ମୁଁ କିନ୍ତୁ କୃତଜ୍ଞ ହେବି କୃତଘ୍ନ ହେବିନି ଏହା ମୋ ବଂଶ ର ସ୍ଵଭାଵ । ଯେଉଁମାନେ ବିଗତ ଦିନରେ କରିଛନ୍ତି ସେମାନେ ଏହି ନିକଟରେ ଫଳ ବି ପାଇଛନ୍ତି । ବରୀ ବାସୀ ହେଉଛନ୍ତି ମୋର ସର୍ବେ ସର୍ବା , ଭାଜପା ହେଉଛି ମୋ ଦଳ , କର୍ମୀ ହେଉଛନ୍ତି ମୋ ବଳ ବୋଲି ଶ୍ରୀ ଜେନା ଦୃଢକ୍ତି ପ୍ରକାଶ କରିଛନ୍ତି। ବରୀ ବାସୀଙ୍କ ପାଇଁ ମୋ ସେବା ଜାରି ରହିବ ଓ ମୁ ସେମାନଙ୍କ ନିକଟରେ ଭାଇ ,ପୁଅ ଭଳି କାମ କରିବାକୁ ଚାହେଁ ବୋଲି ଶ୍ରୀ ଜେନା କହିଛନ୍ତି ।

Leave a Reply

Your email address will not be published. Required fields are marked *