କୋରମ ଅଭାବରୁ ଅନାସ୍ଥା ପ୍ରସ୍ତାବ ଆଗକୁ ବଢ଼ି ପାରିଲା ନାହିଁ
ଭୁବନ ୧୫/୦୧/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳଙ୍କ ନାଁରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଆଗକୁ ବଢ଼ି ପାରିନାହିଁ । ବିଜେଡି ସମର୍ଥିତ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ବରାଳଙ୍କ ବିରୁଦ୍ଧରେ ଗତ ନଭେମ୍ବର ୪ ତାରିଖରେ କେତେକ ସରପଞ୍ଚ ଓ ସମିତିସଭ୍ୟ ଉପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଭୁବନ ବ୍ଲକ୍ କାର୍ୟ୍ୟାଳୟରେ ଅନାସ୍ଥା ସମ୍ପର୍କିତ ଆଲୋଚନା ଓ ଭୋଟ୍ ହେବାକୁ ଧାର୍ଯ୍ୟ କରାଯାଇ ସେହିଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ହେଲେ ମାତ୍ର ୨ ଜଣଙ୍କ ବ୍ୟତିତ ଅନ୍ୟ କୌଣସି ସରପଞ୍ଚ, ସମିତିସଭ୍ୟ ବ୍ଲକ୍ କାର୍ୟ୍ୟାଳୟରେ ପହଞ୍ଚି ନଥି ନଥିଲେ । ମୋଟ୍ ୩୮ଜଣ ସଦସ୍ୟଙ୍କ ମଧ୍ୟରୁ ଅନାସ୍ଥା ପାଇଁ ମାତ୍ର ୨ ଜଣ ବିଜେପି ସମର୍ଥିତ ସଦସ୍ୟ ( ମହୁଲପାଳ ଓ ଭୂଷଳ ସରପଞ୍ଚ ) ଉପସ୍ଥିତ ଥିଲେ । ଫଳରେ କୋରମ୍ ଅଭାବରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବୈଠକ ହୋଇପାରି ନଥିଲା। ବୈଠକର ନିର୍ଦ୍ଧାରିତ ସମୟ ପରେ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ବରେ ଥିବା ଭୁବନ ତହସିଲଦାର ସିରୀୟଲ ଶୁଭ୍ର ପଟେଲ କୋରମ୍ ଅଭାବରୁ ଅନାସ୍ଥା ପ୍ରସ୍ତାବ ଆଗକୁ ବଢ଼ି ପାରିଲା ନାହିଁ । ଫଳରେ ଶ୍ରୀମତୀ ବରାଳ ନିଜ ପଦ ବଜାୟ ରଖିଥିବା ଓ ଏନେଇ ସେ ଜିଲାପାଳଙ୍କୁ ଜଣାଇଦେବେ ବୋଲି ସୂଚନା ଦେଇଥିଲେ । ଫଳରେ ୨୦୧୨ ମସିହା ଠାରୁ ଦୀର୍ଘ ୧୩ ବର୍ଷ ଧରି କ୍ରମାଗତ ଭାବେ ଭୁବନ ବ୍ଲକ୍ ଅଧ୍ୟକ୍ଷ ପଦ ପୁଣି ବିଜେଡି ହାତରେ ରହିଛି। ବୈଠକର ସମୟ ଅତିକ୍ରାନ୍ତ ହେବା ପରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବରାଳ ବ୍ଲକର ସମସ୍ତ ସରପଞ୍ଚ, ସମିତିସଭ୍ୟଙ୍କୁ କୃତଜ୍ଞତା ଜଣାଇବା ସହ ସମସ୍ତେ ଏକାଠି ମିଶି ଅଞ୍ଚଳର ବିକାଶ କରିବେ ବୋଲି କହିଛନ୍ତି । ଗତ ଜୁନ ମାସରେ ସରକାର ପରିବର୍ତ୍ତନ ହେବା ପରେ ସ୍ଥାନୀୟ ବିଧାୟକ ରାଜନୈତିକ ଗୋଟି ଚାଳନା କରି ବିଭିନ୍ନ ପଞ୍ଚାୟତର ସରପଞ୍ଚ,ଭୁବନ ଏନ୍ ଏ ସି ନଗରପାଳ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ଙ୍କୁ ଗାଦିଚ୍ୟୁତ କରିବାକୁ ହୀନ ଉଦ୍ୟମ କରିଥିଲେ । ଭୁବନ ଏନ୍ ଏ ସି ନଗରପାଳ ଙ୍କ ଅନାସ୍ଥା ହାଇକୋର୍ଟ ରେ ବିଚାରାଧୀନ ଥିବା ବେଳେ କେବଳ ଭୂଷଳ ସରପଞ୍ଚ କ୍ଷମତାଚ୍ୟୁତ ହୋଇଥିଲେ । ଭୁବନ ବ୍ଲକ ବିଜେଡି ଦୁର୍ଗ ଥିଲା ଓ ଅକ୍ଷୁର୍ଣ୍ଣ ରହିଛି ବୋଲି ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।