ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରେ ୧୩ ପ୍ରାର୍ଥୀ : ବିଜେଡି ସହ ସ୍ୱାଧୀନ ର ଟକ୍କର

ମାହାଙ୍ଗା,୨୦/୦୫/୨୦୨୪(ଓଡିଶା ସମାଚାର/ ଅଭୟ ଜେନା)-କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରେ ୧୩ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଅଛନ୍ତି । ସେମାନଙ୍କ ମଧ୍ୟରେ ଚର୍ଚ୍ଚିତ ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ଶାସକ ବିଜୁ ଜନତା ଦଳ ରୁ ବିଧାୟକ ପ୍ରତାପ ଜେନା ଙ୍କ ପୁଅ ଅଙ୍କିତ ପ୍ରତାପ ଜେନା,ବହୁଜନ ସମାଜ ପାର୍ଟି ରୁ ଗୁଲାମ ଜିଲାନି ଖାଁ, ଭାରତୀୟ ଜାତୀୟ କଂଗ୍ରେସ ରୁ ଦେବେନ୍ଦ୍ର କୁମାର ସାହୁ ,ଆମ ଆଦମୀ ପାର୍ଟି ରୁ ଶାରଦା ପ୍ରସାଦ ଦାଶ, ଭାରତୀୟ ଜନତା ପାର୍ଟି ରୁ ସୁମନ୍ତ କୁମାର ଘଡେଇ,ଓଡିଶା ଜନତା ପାର୍ଟି ରୁ ଚିତ୍ତରଞ୍ଜନ ସାହୁ,ଉତ୍କଳ ସମାଜ ରୁ ଚିତ୍ତରଞ୍ଜନ ରାଉତ,ଇଣ୍ଡିଆନ ସିଟିଜେନ ପାର୍ଟି ରୁ ଡ. ଦୁର୍ଗା ଚରଣ ନାୟକ, ସମୃଦ୍ଧ ଓଡିଶା ରୁ ପ୍ରଦୀପ୍ତ ମହାନ୍ତି,ସମାଜ ବାଦୀ ପାର୍ଟି ରୁ ଶାରଳା ପୁତ୍ରଶ୍ରୀରାମ ବିନୋଦ ଷଡ଼ଙ୍ଗୀ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ଜୟନ୍ତ କୁମାର ଦାଶ, ଶାରଦା ପ୍ରସାଦ ପ୍ରଧାନ, ଶ୍ରୀରାମ ପାଣ୍ଡେ ନିର୍ବାଚନ ମଇଦାନ ରେ ଅବତୀର୍ଣ୍ଣ ହୋଇଛନ୍ତି । ୨୦୨୪ନିର୍ବାଚନ ରେ ମୋଟ ୧୩ ଜଣପ୍ରାର୍ଥୀ ରହିଥିଲେହେଁ ମୁଖ୍ୟତଃ ବିଜେଡି, ବିଜେପି, କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀ ଶାରଦା ଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି । ଏଠାରେ ଶାସକ ବିଜୁ ଜନତା ଦଳ ପ୍ରାର୍ଥୀ ବିଧାୟକ ପ୍ରତାପ ଜେନା ଙ୍କ ଦାୟାଦ ଅଙ୍କିତପ୍ରତାପ ଜେନା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ଲଢେଇ ଜୋରଦାର କରିଛନ୍ତି । ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପଞ୍ଚାୟତ ରେ ପିତାପୁତ୍ର ଙ୍କ କର୍ମୀ ସମାବେଶ ଓ ରାଲିରେ ଯାଇ ପ୍ରଚାର ଚଳାଇଛନ୍ତି । ବି ଜେ ଡି ସପକ୍ଷରେ ଜନସମର୍ଥନ ବୃଦ୍ଧି ପାଉଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଶାରଦା ପ୍ରଧାନ ବୁଲୁ ମୁଖ୍ୟ ପ୍ରତିଦ୍ବନ୍ଦୀହୋଇଛନ୍ତି । ଏଠାରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଙ୍କ ଲଢେଇ ଦୁର୍ବଳ ସ୍ଥିତି ରେ ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *