(ଦଶମୀ ରେ ପାଞ୍ଚ ହଜାର ଭକ୍ତ ଙ୍କ ପାଇଁ ହେବ ଦହି ପଖାଳ )
କଟକ,୧୯/୦୯/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା )-କଟକ ରାମନଗର ପୂଜା କମିଟି ପକ୍ଷରୁ ପୂଜା ଆୟୋଜନ ଧୂମଧାମରେ ଚାଲିଛି । ଚଳିତବର୍ଷ ନିର୍ମାଣ ହେଉଛି ରାମ ଲକ୍ଷ୍ମଣ ଓ ସୀତା ଗଙ୍ଗା ନଦୀ ପାର ହେବାର ନିଆରା ତୋରଣ । ଚଳିତ ବର୍ଷ ର ଦୁର୍ଗାପୂଜା ନିମନ୍ତେ ରହିଛି ୧୫ ଲକ୍ଷ ର ବଜେଟ । ଯଥା ସମ୍ଭବଏଠାରେ ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ଭିତରେ ନିଷ୍ଠା ର ସହ ମା ଙ୍କ ପୂଜା କରାଯାଏ କ୍ଷ ନିଶା, ଡିଜେ ଏବଂ ପଲିଥିନ ଠାରୁ ଵେଶ ଦୂରରେ ଏହି ମଣ୍ଡପ ଟି । ସି ଏମ ସି ୫୯ ନମ୍ବର ୱାର୍ଡ ଅନ୍ତର୍ଗତ ଏହି ପୂଜା ମଣ୍ଡପ ଟି କମିଶନରେଟ ପୁଲିସ ଠାରୁ ଅତୀତ ରେ କ୍ରମାଗତ ତିନି ଥର ଶୃଙ୍କଳିତ ମଣ୍ଡପ ଭାବେ ପୁରସ୍କୃତ ହୋଇ ସଦର ଅଂଚଳ ରେ ସୁନାମ ଅର୍ଜନ କରିଛି । ଚଳିତ ବର୍ଷ ଦଶମୀ ଦିନ ପାଞ୍ଚ ହଜାର ଭକ୍ତ ଙ୍କୁ ଦହି ପଖାଳ ପ୍ରସାଦ ରେ ଆପ୍ୟାୟିତ କରାଯିବାର ଲକ୍ଷ୍ୟ ରଖା ଯାଇଛି ।

୧୯୮୮ ମସିହାରୁ ରାମନଗର ଗ୍ରାମରେ ପାର୍ବଣ ପୂଜା ର ଆୟୋଜନ ହୋଇ ଆସୁଛି । ସେତେବେଳେ ଗ୍ରାମର କିଛି ଯୁବକ ଗାଁ ଭିତରେ ପ୍ରଥମେ ମହାଦେବ ମୂର୍ତ୍ତି ନିର୍ମାଣ କରି ପୂଜା କରିବା ଆରମ୍ଭ କଲେ । ଅବଶ୍ୟ ପରେ କିଛି ବର୍ଷ ପାଇଁ ପୂଜା ବନ୍ଦ ହୋଇଯାଇଥିଲା କ୍ଷ କିନ୍ତୁ ୨୦୦୦ ମସିହାରେ ଗ୍ରାମର କିଛି ଉତ୍ସାହୀ ଯୁବକ ମାନେ ମିଶି ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଆଡମ୍ବର ସହକାରେ ପୂଜା କଲେ । ମହାଦେବ ଙ୍କ ପୂଜା ୨୦୧୫ ପର୍ୟ୍ୟନ୍ତ ଚାଲିଲା ବେଳେ ୨୦୧୬ ଠାରୁ ମା ଦୁର୍ଗା ଙ୍କ ପୂଜା ହୋଇ ଆସୁଅଛି ।
ତେଇଶି ବର୍ଷ ର ଅନୁଷ୍ଠାନ ରାମନଗର ପୂଜା କମିଟି ର ନିଜର ସ୍ଥାୟୀ ପୂଜା ମଣ୍ଡପ ନ ଥିବାରୁ ଜାତୀୟ ରାଜପଥ କଡ଼ରେଅସ୍ଥାୟୀ ପୂଜା ମଣ୍ଡପରେ ପୂଜା କରା ଯାଇ ଆସୁଥିଲା । ଆଜକୁ ଚାରି ବର୍ଷ ହେଲା ଜାତୀୟ ରାଜପଥ କେନାଲ ପାର୍ଶ୍ୱରେ ସ୍ଥାୟୀ ମଣ୍ଡପ ର ଶୁଭ ଦିଆଯାଇଥିଲେ ବି ମଣ୍ଡପ ଅଗ୍ରଗତି ରେ ଅର୍ଥ ହିଁ ବାଧକ ସାଜିଛି । କମିଟି ର ଅନ୍ୟ କିଛି ଆୟ ବ୍ୟବସ୍ଥା ନ ଥିବାରୁ ସଦସ୍ୟ ମାନେ ନିଜ ନିଜ ଭିତରେ ଚାନ୍ଦା ଆଦାୟ କରି ବର୍ତମାନ ପର୍ୟ୍ୟନ୍ତ ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିବା ଜଣାଯାଏ । ଆଉ ପାଖା ପାଖି ପନ୍ଦର ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି । ବିଗତ ବର୍ଷ ମାନଙ୍କରେ ଜାତୀୟ ରାଜପଥ ପାର୍ଶ୍ୱରେ ପୂଜାହେଉଥିବା ବେଳେ ଚଳିତ ବର୍ଷ ସୁରକ୍ଷା ଦୃଷ୍ଟିରୁ ୠଣୀଚାଉଲେ ରାମ ମନ୍ଦିର ନିକଟରେ ପୂଜା ହେବ ବୋଲି ଜଣାଯାଇଛି । ଚଳିତ ବର୍ଷ ରାମାୟଣ ର ଉପାଖ୍ୟାନ କୁ ନେଇ ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ଗଙ୍ଗା ନଦୀ ପାର ହେବାର ଦୃଶ୍ୟ କୁ ନେଇ ତୋରଣ ନିର୍ମାଣ ହେବାର କାର୍ୟ୍ୟକ୍ରମ ଚାଲୁ ରହିଛି ।
